fbpx
BJD
BJD SKY
BJD SKY

ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି ଉପରେ ମୋଦୀଙ୍କ ବୟାନ୍, ତେଲରୁ VAT ହ୍ରାସ ପାଇଁ କଲେ ଅପିଲ

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୟାନ ସାମ୍ନାକୁ ଆସିଛି । ରାଜ୍ୟ ସରକାରଙ୍କୁ VAT ହ୍ରାସ କରିବାକୁ ସେ ଅପିଲ କରିଛନ୍ତି । VAT କମାଇନଥିବା ରାଜ୍ୟମାନଙ୍କୁ ମୋଦୀ ଅପିଲ କରିଛନ୍ତି । ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥିବା ଆଲୋଚନାରେ ମୋଦୀ ଏପରି ଅପିଲ କରିଛନ୍ତି ।

ମୋଦୀ କହିଛନ୍ତି ଯେ, ‘କେନ୍ଦ୍ର ସରକାର ତେଲ ଉପରୁ ଭାଟ୍ ହଟାଇଛନ୍ତି । ଦେଶହିତ ପାଇଁ ସବୁ ରାଜ୍ୟ ଟ୍ୟାକ୍ସ ହ୍ରାସ କରନ୍ତୁ । ପେଟ୍ରୋଲ-ଡିଜେଲରୁ ଟ୍ୟାକ୍ସ ହ୍ରାସ କଲେ ପଡ଼ୋଶୀ ରାଜ୍ୟକୁ ବି ଫାଇଦା ହେବ । ସାଂପ୍ରତିକ ଯୁଦ୍ଧ ସ୍ଥିତିରେ କେନ୍ଦ୍ର-ରାଜ୍ୟ ସହଯୋଗ ବଢ଼ିବା ଦରକାର ।’

କିଛି ରାଜ୍ୟରେ ପେଟ୍ରୋଲ-ଡିଜେଲ ଦର ଅନ୍ୟ ରାଜ୍ୟଠାରୁ ଅଧିକ ଅଛି । କେନ୍ଦ୍ର ଡ୍ୟୁଟି ହ୍ରାସ ପରେ ରାଜ୍ୟମାନଙ୍କୁ VAT ହ୍ରାସ ପାଇଁ କହିଥିଲେ । କିଛି ରାଜ୍ୟ ହ୍ରାସ କଲେ, କିଛି ହ୍ରାସ କଲେନି, ଯାହାଫଳରେ ଲୋକମାନେ ହଇରାଣ ହେଲେ । ଏଭିତରେ ୬ ମାସ ହୋଇଗଲାଣି, ଲୋକେ ବହୁତ ହଇରାଣ ହେଲେଣି । ଭାଟ୍ ହ୍ରାସ କରି ନିଜ ରାଜ୍ୟବାସୀଙ୍କୁ ସୁବିଧା ଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । VAT କାଟିଥିବା କିଛି ରାଜ୍ୟ ଓ କାଟିନଥିବା ରାଜ୍ୟର ସେ ଉଦାହରଣ ମଧ୍ୟ ଦେଇଛନ୍ତି ।

Get real time updates directly on you device, subscribe now.