fbpx

ମୋଦୀ ସରକାର ଦେଲେ ଆଉ ଏକ ଖୁସି ଖବର, ନେଟୱାର୍କ ସମସ୍ୟାରୁ ମୁକ୍ତି ନିିମନ୍ତେ ପ୍ରସ୍ତୁତ ହେଲା ସ୍ୱତନ୍ତ୍ର ଯୋଜନା

ନୂଆଦିଲ୍ଲୀ: ଦୂର ଦୂରାନ୍ତ ଓ ଉପାନ୍ତ ଅଞ୍ଚଳରେ ନେଟୱାର୍କ ନ ଆସିବା ଏକ ବଡ ସମସ୍ୟା ଅଟେ । କିନ୍ତୁ ଏଣିକି ଆଉ ଏହି ସମସ୍ୟା ଉପୁଜିବ ନାହିଁ । ଏହା ଦୂର କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ସମୟସୀମା ଧାର୍ଯ୍ୟ କରିସାରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ବିଭାଗକୁ ଏହା ସୁନିଶ୍ଚିତ କରିବା ଲାଗି କହିଛନ୍ତି କି ପୂର୍ଣ୍ଣ ମୋବାଇଲ ଫୋନ୍ ନେଟୱାର୍କ କଭରେଜ୍ ହାସଲ କରିବା ଲାଗି ମାର୍ଚ୍ଚ ୨୦୨୪ ସୁଦ୍ଧା ଭାରତର ସମସ୍ତ ଗ୍ରାମରେ ମୋବାଇଲ୍ ଟାୱାର ଲାଗିଯିବା ଉଚିତ ।

ଗତ ବୁଧବାର ପ୍ରଧାନମନ୍ତ୍ରୀ ମୋଦୀ ପ୍ରଗତି ବୈଠକରେ ଅଧ୍ୟକ୍ଷତା କରି କହିଛନ୍ତି , ସଞ୍ଚାର ନେଟୱାର୍କ ବଢାଇବା ଲାଗି ସ୍ଥାନୀୟ ଅଞ୍ଚଳରେ ଦୂର ସଞ୍ଚାର ଟାୱାର ନିର୍ମାଣ କ୍ଷେତ୍ରରେ କାହାର କୌଣସି ଆପତ୍ତି ରହିବ ନାହିଁ । ଏହି ବୈଠକରେ ମୋଦୀ ୟୁଏସଓଏଫ୍ ପରିଯୋଜନା ଜରିଆରେ ମୋବାଇଲ୍ ଟାୱାର ଓ ୪ଜି କଭରେଜ୍‌ର ବି ସମୀକ୍ଷା କରିଛନ୍ତି ।

ଏହି ବୈଠକରେ ଅଧିକାରୀମାନେ ଟାୱାର ନିର୍ମାଣ କାମ ପୁରା ହେବାକୁ ଅଧିକ ସମୟର ଆବଶ୍ୟକତା ରହିଛି ବୋଲି କହିଥିବା ବେଳେ ମୋଦୀ କହିଥିଲେ ଏହି କାମ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସଂପୂର୍ଣ୍ଣ ହେବା ଉଚିତ । ପ୍ରାୟ ୪ ମାସ ପରେ ଅନୁଷ୍ଠିତ ପ୍ରଥମ ପ୍ରଗତି ବୈଠକରେ ମୋଦୀ ଗୁଜରାଟରେ ୬୬ ଟାୱାର ସ୍ଥାପନାରେ ବିଳମ୍ବକୁ ନେଇ ଚିନ୍ତା ପ୍ରକଟ କରିଥିଲେ । ମୋବାଇଲ୍ ଫୋନ୍ ନେଟୱାର୍କର ପୂର୍ଣ୍ଣ କଭରେଜ୍ ପ୍ରାପ୍ତ କରିବା ଲାଗି ସରକାର ବିଭିନ୍ନ ଏଜେନ୍ସୀ ଦ୍ୱାରା କେନ୍ଦ୍ରୀକୃତ ରାଇଟ୍ ଅଫ୍ ୱେ(RoW) ଅନୁମୋଦନ ଲାଗି ଏକ ସମର୍ପିତ ୱେବସାଇଟ୍ ‘ଗତିଶକ୍ତି ସଂଚାର’ ନିର୍ମାଣ କରିଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ କି ‘ପ୍ରଗତି’ ପ୍ରୋ ଆକ୍ଟିଭ୍ ଗଭର୍ଣ୍ଣାସ୍ ଓ ଠିକ୍ ସମୟରେ କାର୍ଯ୍ୟାନ୍ୱୟନ ଲାଗି ପ୍ରାଦ୍ୟୋଗିକ ଆଧାରିତ ଏକ ମଞ୍ଚ ଯେଉଥିରେ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ସାମିଲ ଅଛନ୍ତି ।

Get real time updates directly on you device, subscribe now.