fbpx

ଚିନ୍ତା ବଢ଼ାଇଲା ସାମୁଦ୍ରିକ ଝଡ଼ବାତ୍ୟା ‘ତଉକ୍ତେ’

ଉଦ୍ଧବଙ୍କ ସହ କଥା ହେଲେ ମୋଦୀ

ନୂଆଦିଲ୍ଲୀ: ବଢ଼ିଲା ତଉକ୍ତେ ଚିନ୍ତା । ବାତ୍ୟା ତଉକ୍ତେକୁ ନେଇ ଗୁଜରାଟ, ମହାରାଷ୍ଟ୍ର ସମେତ କର୍ଣ୍ଣାଟକ ଆଦି ରାଜ୍ୟ ସରକାର ସତର୍କ ସୂଚନା ଜାରି କରିବା ସହ ଜରୁରିକାଳୀନ ବିଭାଗଗୁଡ଼ିକ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ବିଭିନ୍ନ ରାଜ୍ୟ ସରକାରମାନଙ୍କ ସହ ଆଲୋଚନା କରିଛନ୍ତି । ଏହି କ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ସବିଶେଷ ଆଲୋଚନା କରିବା ସହ ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ସୂଚନା ଅନୁସାରେ ବାତ୍ୟା ଆସିବାର ସୂଚନା ମିଳିବା ପରେ ବିଭିନ୍ନସ୍ତରରେ ପ୍ରାକ୍ ପ୍ରସ୍ତୁତି ତଥା ସଜାଗ ରହିବା ସଂକ୍ରାନ୍ତରେ ଗତ ଶନିବାର ଏକ ସମୀକ୍ଷା ବୈଠକ କରିଥିଲେ । ଏଥିରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀ ପ୍ରମୁଖ ସାମିଲ୍ ହୋଇଥିଲେ । ବାତ୍ୟା ତଉକ୍ତେ ଆରବ ମହାସାଗରରୁ ସୃଷ୍ଟ ହୋଇଥିବାବେଳେ ଗୁରୁତ୍ୱର ଝଡ଼ ପ୍ରବାହ ନେଉଥିବା ଜଣାପଡ଼ିଛି । ସାଧାରଣ ଭାବେ ସୋମବାର ଅପରାହ୍ଣ ସୁଦ୍ଧା ମୁମ୍ବାଇରେ ଘଣ୍ଟା ପ୍ରତି ୧୧୪ କିମି ବେଗରେ ପବନ ବୋହୁଥିବା ସୂଚନା ମିଳିଥିବାବେଳେ ଏହା ଧୀରେ ଧୀରେ ଆହୁରି ସାଂଘାତିକ ରୂପ ନେଉଥିôବା ଜଣାପଡ଼ିଛି । ଏହା ଅତି ଗୁରୁତର ସାମୁଦ୍ରିକ ଝଡ଼ ରୂପ ନେଉଛି ବୋଲି ବିଶେଷଜ୍ଞମାନେ ସ୍ପଷ୍ଟ କରିଛନ୍ତି । ସୋମବାର ସନ୍ଧ୍ୟା ସୁଦ୍ଧା ଏହା ଗୁଜରାଟ ଉପକୂଳ ଛୁଇଁବା ଆଶଙ୍କା ରହିଥିବାବେଳେ ରାତି ୮ରୁ ୧୧ଟା ମଧ୍ୟରେ ରାଜ୍ୟ ମଧ୍ୟ ଦେଇ ତଉକ୍ତେ ଗତି କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

Get real time updates directly on you device, subscribe now.