fbpx

(Video) ଆମ୍ବୁଲାନ୍ସ ପାଇଁ ମୋଦୀ ଅଟକାଇଲେ କାର୍କେଡ୍: ସଡ଼କପଥରେ ଯାଉଥିଲେ ଗାନ୍ଧୀନଗର…

ଅହମଦାବାଦ: ଅହମଦାବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମ୍ବୁଲାନ୍ସକୁ ରାସ୍ତା ଦେବା ପାଇଁ ନିଜ କାର୍କେଡରୁ ରୋକିଛନ୍ତି । ଆମ୍ବୁଲାନ୍ସ ବାହାରିବା ପରେ ସେ କାର୍କେଡକୁ ଯିବା ପାଇଁ ଅନୁମତି ଦେଇଥିଲେ । ସୂଚନା ଅନୂଯାୟୀ ଏହି ଘଟଣା ଅହମଦାବାଦ ଠାରୁ ଗାନ୍ଧୀନଗର ଯିବା ସମୟରେ ଭାଟ ଗ୍ରାମ ନିକଟରେ ଘଟିଥିଲା । ଯେତେବେଳେ କାର୍କେଡ ଏହି ବାଟ ଦେଇ ଯାଉଥିଲା ତେବେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଦେଖିଥିଲେ ଯେ ପଛରୁ ଏକ ଆମ୍ବୁଲାନ୍ସ ଆସୁଛି । ସେ ତୁରନ୍ତ କାର୍କେଡକୁ ରାସ୍ତା କଡ଼କୁ ହେବା ପାଇଁ କହିଥିଲେ । ଦେଖନ୍ତୁ ଭିଡିଓ…

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଗସ୍ତରେ ଗୁଜରାଟ ଯାଇଥିଲେ । ଏହି ଗସ୍ତର ଦ୍ୱିତୀୟ ଦିନ ଶୁକ୍ରବାର ଦିନ ସେ ଗାନ୍ଧୀନଗର ଏବଂ ମୁମ୍ବାଇ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଉଦଘାଟନ କରିଥିଲେ । ଏହା ବ୍ୟତୀତ ସେ ଅହମଦାବାଦ ମେଟ୍ରୋ ରେଳ ପରିଯୋଜନାର ପ୍ରଥମ ଚରଣର ଉଦଘାଟନ କରିଛନ୍ତି । ଏହାପରେ ଏହି ବନ୍ଦେ ଭାରତ ଏକ୍ସପ୍ରେସରେ ବସି କାଲୁପୁର ଷ୍ଟେସନ ପହଞ୍ଚିଥିଲେ ।

Get real time updates directly on you device, subscribe now.