fbpx
BJD
BJD SKY
BJD SKY

ତାମିଲନାଡୁରେ ପହଁଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ଭାରତୀଦାସନ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମରେ ଦେଲେ ଯୋଗ

ନୂଆଦିଲ୍ଲୀ: ଦୁଇ ଦିନିଆ ଦକ୍ଷିଣ ଭାରତ ଗସ୍ତରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ତିରୁଚିରାପଲ୍ଲୀରେ ପହଞ୍ଚିଛନ୍ତି। ଏହା ପରେ ତାମିଲନାଡୁର ତିରୁଚିରାପଲ୍ଲୀରେ ଭାରତୀଦାସନ ବିଶ୍ୱବିଦ୍ୟାଳୟର ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେଇଥିଛନ୍ତି। ଏଥି ସହ ସେ ତିରୁଚିରାପଲ୍ଲୀ ବିମାନବନ୍ଦରର ନୂତନ ଟର୍ମିନାଲକୁ ମଧ୍ୟ ଉଦଘାଟନ କରିବେ।

ଏହାପୂର୍ବରୁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏବଂ ରାଜ୍ୟପାଳ ଆର.ଏନ.ଭି ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଛନ୍ତି। ଏହି ସମୟରେ ତାମିଲନାଡୁ ବିଜେପିର ବହୁ ବଡ ନେତା ମଧ୍ୟ ଉପସ୍ଥିତ ଥିଲେ। ସ୍ୱାଗତ ପରେ ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱବିଦ୍ୟାଳୟର ସମାରୋହରେ ଯୋଗ ଦେଇଛନ୍ତି। ତେବେ ଆଜି ତିରୁଚିରାପଲ୍ଲୀ ବିମାନବନ୍ଦରର ନୂତନ ଟର୍ମିନାଲ କୋଠାକୁ ପ୍ରଧାନମନ୍ତ୍ରୀ ମୋଦୀ ଉଦଘାଟନ କରିବେ। ଏହି ପ୍ରକଳ୍ପ ପାଇଁ ୧୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ନୂତନ ଟର୍ମିନାଲର କ୍ଷମତା ବାର୍ଷିକ ୪୪ ଲକ୍ଷ ଯାତ୍ରୀ ଅଟେ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ‘ଭାରତୀଦାସନ ବିଶ୍ୱବିଦ୍ୟାଳୟର ଏହି ୩୮ ତମ ସମ୍ମିଳନୀ ମୋ ପାଇଁ ସ୍ୱତନ୍ତ୍ର। ୨୦୨୪ ରେ ଏହା ମୋର ପ୍ରଥମ ସର୍ବସାଧାରଣ ଯୋଗାଯୋଗ, ଏବଂ ତାମିଲନାଡୁର ଏହି ସୁନ୍ଦର ରାଜ୍ୟରେ ଭାରତର ଯୁବକମାନଙ୍କ ଗହଣରେ ମୁଁ ଥିବାରୁ ମୁଁ ନିଜେ ଖୁସି ଅନୁଭବ କରୁଛି। ମୁଁ ମଧ୍ୟ ଏଥିପାଇଁ ଖୁସି ଯେ, ମୁଁ ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ଏହି ସମାରୋହରେ ଏଠାକୁ ଆସିବାର ସୌଭାଗ୍ୟ ପାଇଛି।

Get real time updates directly on you device, subscribe now.