fbpx
BSKY SKY
BSKY SKY

ଡେଭିଡ଼ ୱାର୍ଣ୍ଣରଙ୍କ ବ୍ୟାଗି ଗ୍ରୀନ୍ କ୍ୟାପ୍ ହେଲା ଚୋରୀ, ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ ଭିଡ଼ିଓ

BSKY

ସିଡନୀ: ଅଷ୍ଟ୍ରଲିଆର ବାମହାତୀ ବ୍ୟାଟ୍ସମ୍ୟାନ୍ ଡେଭିଡ଼ ୱାର୍ଣ୍ଣରଙ୍କୁ ବଡ଼ ଝଟକା । ଜାନୁଆରୀ ୩ରେ ସିଡନୀରେ ଖେଳାଯିବାକୁ ଥିବା ପାକିସ୍ତାନ ବିପକ୍ଷରେ ଶେଷ ମ୍ୟାଚ୍ ପୂର୍ବରୁ ତାଙ୍କର ଏକ ମୂଲ୍ୟବାନ ଜିନିଷ ଚୋରି ହୋଇଯାଇଛି । ତାହା ହେଉଛି ୱାର୍ଣ୍ଣରଙ୍କ ‘ବ୍ୟାଗି ଗ୍ରୀନ୍ କ୍ୟାପ୍’ । ଏନେଇ ସେ ଇନଷ୍ଟାଗ୍ରାମରେ ଏକ ଭାବପୂର୍ଣ୍ଣ ଭିଡ଼ିଓ ପୋଷ୍ଟ କରିଛନ୍ତି । ଏହି ଭିଡ଼ିଓ ମାଧ୍ୟମରେ ବ୍ୟାଗି ଗ୍ରୀନ୍ କ୍ୟାପ୍ ଫେରାଇ ଦେବା ପାଇଁ ନିବେଦନ କରିଛନ୍ତି । କ୍ୟାପ୍ ମିଳିଗଲେ ସେ ବହୁତ ଖୁସି ହେବ ବୋଲି ଲେଖିଛନ୍ତି । ଦୁର୍ଭାଗ୍ୟ ବଶତଃ ଏପରି ଭିଡ଼ିଓ ଜାରି କରିବା ଶେଷ ପନ୍ଥା ବୋଲି କହିଥିଲେ ୱାର୍ଣ୍ଣର ।

‘ଦୁର୍ଭାଗ୍ୟ ବଶତଃ ଏପରି ଭିଡ଼ିଓ ଜାରି କରିବା ଶେଷ ପନ୍ଥା । ବ୍ୟାଗ୍ଟି ମେଲବୋର୍ଣ୍ଣ ଏୟାରପୋର୍ଟରୁ ସିଡନୀ ଟ୍ରାନ୍ସପୋର୍ଟ ହୋଇଥିଲା ବୋଲି କହିଥିଲେ ୱାର୍ଣ୍ଣର । ତେବେ କ୍ୱାଣ୍ଟାସ ଏୟାରଲାଇନ୍ସର ସିସିଟିଭି ଫୁଟେଜରେ କିଛି ସ୍ପଷ୍ଟ ଜଣାପଡ଼ି ନାହିଁ । ୱାର୍ଣ୍ଣରଙ୍କ କହିବାନୁଯାୟୀ ଅଷ୍ଟ୍ରେଲୀୟ କ୍ରିକେଟ ବ୍ୟାଗ ଭିତରେ ବ୍ୟାକପ୍ୟାକ୍ ସୁରକ୍ଷିତ ଭାବେ ରଖାଯାଇଥିଲା ଯାହା ବକ୍ସିଂ ଡେ ଟେଷ୍ଟ ସମୟରେ ସିଡନୀକୁ ନିଆଯାଇଥିଲା ।

Get real time updates directly on you device, subscribe now.