fbpx

ଆସନ୍ତାକାଲି ୫୧,୦୦୦ରୁ ଅଧିକ ନୂତନ ନିଯୁକ୍ତ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ନଭେମ୍ବର ୩୦ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୧,୦୦୦ରୁ ଅଧିକ ନୂତନ ନିଯୁକ୍ତ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଅପରାହ୍ନ ୪ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ନିଯୁକ୍ତିପତ୍ର ବାଣ୍ଟିବା ନେଇ ସୂଚନା ରହିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନୂତନ ଭାବେ ନିଯୁକ୍ତ ସରକାରୀ କର୍ମଚାରୀଙ୍କୁ ମଧ୍ୟ ସମ୍ବୋଧିତ କରିବେ।

ସୂଚନା ଥାଉକି, ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ରୋଜଗାର ମେଳା ମାଧ୍ୟମରେ ଅନେକ ଲକ୍ଷ ଲୋକଙ୍କୁ ସରକାରୀ ଚାକିରି ଦେଇସାରିଛନ୍ତି। ସେହିପରି ଏହି ନିଯୁକ୍ତି ମେଳା ଦେଶର ୩୭ଟି ସ୍ଥାନରେ ଆୟୋଜିତ ହେବ। କେନ୍ଦ୍ର ସରକାରଙ୍କ ବିଭାଗ ସହିତ ରାଜ୍ୟ ସରକାର / କେନ୍ଦ୍ରଶାସିତ ଅଞ୍ଚଳରେ ନିଯୁକ୍ତି ଦିଆଯାଉଛି। ଦେଶର ବିଭିନ୍ନ ସ୍ଥାନରୁ ନୂତନ ଭାବେ ମନୋନୀତ କର୍ମଚାରୀମାନେ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ, ରାଜସ୍ୱ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ଆର୍ଥିକ ସେବା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ସମେତ ବିଭିନ୍ନ ମନ୍ତ୍ରଣାଳୟ ଏବଂ ସରକାରୀ ବିଭାଗରେ ଯୋଗଦାନ କରିବେ। ଏହି ନୂତନ ନିଯୁକ୍ତମାନଙ୍କୁ ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗକୁ ମଧ୍ୟ ପଠାଯିବ।

Get real time updates directly on you device, subscribe now.