fbpx

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ସୂର୍ଯ୍ୟୋଦୟ ଯୋଜନା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କ’ଣ ସବୁ ଲାଭ ମିଳିବ

Advertisement

ଓଡିଶା ଭାସ୍କର: ଆଜି ଶହ ଶହ ବର୍ଷ ଅପେକ୍ଷାର ଅନ୍ତ ଘଟିଛି। ଜନ୍ମଭୂମିରେ ବିରାଜିଛନ୍ତି ପ୍ରଭୁ ଶ୍ରୀରାମ। ତାଙ୍କ ପାଇଁ ଆଜି କେବଳ ଅଯୋଧ୍ୟା ନୁହେଁ ସମଗ୍ର ଭାରତ ବର୍ଷ ରାମମୟ ହୋଇଯାଇଛି। ମୁଖ୍ୟ ଯଜମାନ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଭୁ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଇଛନ୍ତି। ତେବେ ଏହା ପରେ ପରେ ଦେଶବାସୀଙ୍କ ପାଇଁ ସେ ଏକ ବଡ଼ ଉପହାର ମଧ୍ୟ ଘୋଷଣା କରିଛନ୍ତି।

ସୂଚନା ଅନୁଯାୟୀ, ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସୋଲାର ଯୋଜନା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶବାସୀଙ୍କ ଘର ଛାତରେ ସୋଲାର ସିଷ୍ଟମ ରହିବା ଉଚିତ୍‌। ପିଏମ ମୋଦିଙ୍କ ଘୋଷଣା ଅନୁଯାୟୀ, ଯୋଜନା ଅନ୍ତର୍ଗତ ଏକ କୋଟି ଘରର ଛାତରେ ସୋଲାର ଲଗାଯିବ। ଏନେଇ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ କହିଛନ୍ତି। ଏହା ସହ ସେ କହିଛନ୍ତି, ସୂର୍ଯ୍ୟବଂଶୀ ପ୍ରଭୁ ଶ୍ରୀ ରାମଙ୍କ ଆଲୋକରୁ ’ଦୁନିଆର ସମସ୍ତ ଭକ୍ତ ସଦୈବ ଶକ୍ତି ପାଆନ୍ତି। ଆଜି ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଶୁଭ ଅବସରରେ ମୋର ସଂକଳ୍ପ ଆହୁରି ଦୃଢ ହୋଇଛି। ଆଉ ଅଯୋଧ୍ୟାରୁ ଫେରିବା ପରେ ମୁଁ ପ୍ରଥମ ନିଷ୍ପତ୍ତି ନେଇଛି ଯେ, ଆମ ସରକାର ଏକ କୋଟି ଘର ଉପରେ ରୁଫ୍‌ଟପ୍‌ ସୋଲାର ସ୍ଥାପନ କରିବାର ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା ଆରମ୍ଭ କରିବେ । ଏହା କେବଳ ଗରିବ ଏବଂ ମଧ୍ୟବିତ୍ତଙ୍କ ବିଦ୍ୟୁତ୍‌ ବିଲ ହ୍ରାସ କରିବ ନାହିଁ, ବରଂ ଶକ୍ତି କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବ।

Get real time updates directly on you device, subscribe now.