‘ଅପରେସନ ସିନ୍ଦୂର’ ପରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ରାଜସ୍ଥାନ ଗସ୍ତ

ନୂଆଦିଲ୍ଲୀ,୨୧ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅର୍ଥାତ୍ ଗୁରୁବାର ରାଜସ୍ଥାନର ବିକାନେର ଗସ୍ତରେ ଯିବେ, ଯେଉଁଠାରେ ସେ ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଉତ୍ସର୍ଗ କରିବେ। ଏହି ପ୍ରକଳ୍ପଗୁଡ଼ିକର ମୋଟ ମୂଲ୍ୟ ୨୬,୦୦୦ କୋଟି ଟଙ୍କାରୁ ଅଧିକ ଏବଂ ଏଥିରେ ରେଳ, ରାସ୍ତା, ବିଦ୍ୟୁତ୍, ପାଣି  ଆଦି ଯୋଜନା ଅନ୍ତର୍ଭୁକ୍ତ।

ପ୍ରଧାନମନ୍ତ୍ରୀ  ପ୍ରାୟ ୧୦:୩୦ରେ  ପ୍ରସିଦ୍ଧ କରଣୀ ମାତା ମନ୍ଦିର ପରିଦର୍ଶନ କରିବେ। ଏହା ପରେ, ପୂର୍ବାହ୍ନ ୧୧:୦୦ରେ, ସେ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ନବନିର୍ମିତ ଦେଶନୋକ ରେଳ ଷ୍ଟେସନର ଉଦଘାଟନ କରିବେ ଏବଂ ବିକାନେରରୁ ମୁମ୍ବାଇକୁ ଏକ ନୂତନ ଏକ୍ସପ୍ରେସ୍ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ।

 

ସକାଳ ୯:୫୫ରେ, ପ୍ରଧାନମନ୍ତ୍ରୀ ହେଲିକପ୍ଟର ଯୋଗେ ବିକାନେରର ନାଲ୍ ବିମାନବନ୍ଦରରେ ପହଞ୍ଚିବେ।

ସକାଳ ୧୦:୩୦ରେ ଦେଶନୋକ ଯାଇ ଶ୍ରୀ କରଣୀ ମାତା ମନ୍ଦିର ପରିଦର୍ଶନ କରିବେ।

ପୂର୍ବାହ୍ନ ୧୧:୦ ଟାରେ, ପ୍ରଧାନମନ୍ତ୍ରୀ ଦେଶନୋକ ରେଳ ଷ୍ଟେସନରେ ‘ଅମୃତ ଭାରତ ଷ୍ଟେସନ ଯୋଜନା’ ଅନ୍ତର୍ଗତ ଷ୍ଟେସନକୁ ଉଦଘାଟନ କରିବେ।

ପୂର୍ବାହ୍ନ ୧୧:୩୦ ଟାରେ, ପ୍ରଧାନମନ୍ତ୍ରୀ ମୋଦି ହେଲିକପ୍ଟର ଯୋଗେ ପଲାନା ଗ୍ରାମ ଅଭିମୁଖେ ଯାତ୍ରା କରିବେ।

ଅପରାହ୍ନ ୧୨:୦୦ ଟାରେ, ପ୍ରଧାନମନ୍ତ୍ରୀଙ୍କ ଏକ ସାଧାରଣ ସଭା ପଲାନା ଗ୍ରାମରେ ଆୟୋଜନ କରାଯିବ, ଯେଉଁଥିରେ ସେ ଜନସାଧାରଣଙ୍କୁ ସମ୍ବୋଧିତ କରିବେ।

ଅପରାହ୍ନ ୧:୦୦ ଟାରେ, ପ୍ରଧାନମନ୍ତ୍ରୀ  ବିକାନେରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।