୨୮ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ହେବେ ସାମିଲ
ଆସନ୍ତା 28 ତାରିଖ ପୂର୍ବାହ୍ନ ୧୦ଟା ୩୫ ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ମୋଦୀ ।
ଭୁବନେଶ୍ବର: ପୁଣିଥରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତା ୨୮ ତାରିଖରେ ଓଡ଼ିଶା ଆସିବା ନେଇ କାର୍ଯ୍ୟକ୍ରମ ରହିଛି ।
କାର୍ଯ୍ୟସୂଚୀ- ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ୧୦ଟା ୩୫ ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ । ଏଠାରୁ ୧୦ଟା ୫୫ ମିନିଟରେ ଜନତା ମୈଦାନରେ ପହଞ୍ଚିବେ । ଦିନ ୧୧ଟାରୁ ୧୨ଟା ୩୦ ଯାଏଁ ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଉପସ୍ଥିତ ରହିବେ ।
ଦିନ ୧୨ଟା ୩୫ରେ ସଭାସ୍ଥଳରୁ ବିମାନବନ୍ଦର ଅଭିମୁଖେ ବାହାରିବେ । ତେବେ ମୁଖ୍ୟମନ୍ତ୍ରୀଙ୍କର ଗୋଟିଏ ଦିନର କାର୍ଯ୍ୟସୂଚୀ ରହିଛି ।
ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା କନକ୍ଲେଭ- ଖବର ଅନୁସାରେ, ଜାନୁଆରୀ ୨୮ ତାରିଖରେ ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା କନକ୍ଲେଭ ୨୦୨ ଉଦଘାଟନ ହେବାକୁ ଯାଉଛି । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଆସନ୍ତା ଜାନୁଆରୀ ୨୮ ଓ ୨୯ରେ ଅନୁଷ୍ଠିତ ହେବ ଉତ୍କର୍ଷ ଓଡ଼ିଶା- ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫ । ଏହି ସମ୍ମିଳନୀରେ ଭାଗ ନେବେ ୫୦୦ ବିଦେଶୀ ନିବେଶକଙ୍କ ସହ ୫୦ ହଜାର ନିବେଶକ ଭାଗ ନେବାର କାର୍ଯ୍ୟକ୍ରମ ରହିଛି । ୫୦ ହଜାରରୁ ଊର୍ଦ୍ଧ୍ବ ଶିଳ୍ପ ପ୍ରତିନିଧି ଏଥିରେ ସାମିଲ ହେବେ ।