fbpx

କାଶୀରେ ଭାଗ୍ୟ ନିର୍ଦ୍ଧାରଣ ଦିନ ରାମେଶ୍ୱରମରେ ଧ୍ୟାନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ଶେଷ ପର୍ଯ୍ୟାୟ ପୂର୍ବରୁ ତାମିଲନାଡୁ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କନ୍ୟାକୁମାରୀର ବିବେକାନନ୍ଦ ରକ୍ ମେମୋରିଆଲରେ ଧ୍ୟାନ କରିବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ କନ୍ୟାକୁମାରୀ ଗସ୍ତ ମେ ୩୦ରୁ ଜୁନ୍ ୧ ପର୍ଯ୍ୟନ୍ତ ରହିବ। ପ୍ରଧାନମନ୍ତ୍ରୀ ମୋଦୀ ମେ ୩୦ ତାରିଖ ସନ୍ଧ୍ୟାରୁ ଜୁନ୍ ୧ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ବିବେକାନନ୍ଦ ରକ୍ ମେମୋରିଆଲରେ ଧ୍ୟାନ କରିବେ।

୨୦୧୯ ଲୋକସଭା ନିର୍ବାଚନରେ ଶେଷ ପର୍ଯ୍ୟାୟ ମତଦାନ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କେଦାରନାଥ ଯାଇଥିଲେ। ସେହି ସମୟରେ ସେ ରୁଦ୍ର ଗୁମ୍ଫାରେ ଧ୍ୟାନ କରିଥିଲେ। ୨୦୧୪ରେ ସେ ଶିବାଜୀଙ୍କ ପ୍ରତାପଗଡ଼ ଗସ୍ତ କରିଥିଲେ। ଜୁନ୍ ପହିଲାରେ ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ହେବ। ସରକାରୀ କାର୍ଯ୍ୟକ୍ରମ ଅନୁଯାୟୀ, ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ମେ ୩୦ ତାରିଖ ପୂର୍ବାହ୍ନ ୧୧ଟାରେ ହୋସିଆରପୁରରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ। ଏହାପରେ ସେ ତାମିଲନାଡୁ ଯାଇ ସେଠାରେ ରାତିରେ ବିଶ୍ରାମ ନେବେ।

ଏବଂ କନ୍ୟାକୁମାରୀ ଯାଇ, ଯେଉଁଠାରେ ସ୍ୱାମୀ ବିବେକାନନ୍ଦ ଧ୍ୟାନରେ ବସିଥିଲେ ସେହି ସ୍ଥାନରେ ଧ୍ୟାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶାସ୍ତ୍ର ଅନୁସାରେ ଦେବୀ ପାର୍ବତୀ ମଧ୍ୟ ସେହି ସ୍ଥାନରେ ଗୋଟିଏ ଗୋଡ଼ରେ ବସି ଭଗବାନ ଶିବଙ୍କୁ ଅପେକ୍ଷା କରିଥିଲେ ବୋଲି ବିଶ୍ୱାସ ରହିଛି। କନ୍ୟାକୁମାରୀ ହେଉଛି ଭାରତର ଦକ୍ଷିଣ ଦିଗ। ଏହାବ୍ୟତୀତ ଏହା ହେଉଛି ସେହି ସ୍ଥାନ ଯେଉଁଠି ଭାରତ ମହାସାଗର, ବଙ୍ଗୋପସାଗର ଏବଂ ଆରବ ସାଗରର ମିଳନର କେନ୍ଦ୍ରବିନ୍ଦୁ ମଧ୍ୟ ଅଟେ।

Get real time updates directly on you device, subscribe now.