fbpx

୧୪ରେ ଆନ୍ତର୍ଜାତୀୟ ଅଲମ୍ପିକ୍ ସମିତି (IOC) ର ୧୪୧ତମ ଅଧିବେଶନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୪ ଅକ୍ଟୋବର ୨୦୨୩ ରେ ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ୧୪୧ ତମ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଅଧିବେଶନର ଉଦଘାଟନ କରିବେ।

ଆଇଓସି ଅଧିବେଶନ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ର ସଦସ୍ୟମାନଙ୍କର ଏକ ପ୍ରମୁଖ ବୈଠକ ଭାବରେ କାର୍ୟ୍ୟ କରେ । ଅଲିମ୍ପିକ୍ ଖେଳର ଭବିଷ୍ୟତ ବିଷୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଆଇଓସି ଅଧିବେଶନରେ ନିଆଯାଏ। ଭାରତ ଦ୍ୱିତୀୟ ଥର ପାଇଁ ଏବଂ ପ୍ରାୟ ୪୦ ବର୍ଷର ବ୍ୟବଧାନ ପରେ ଆଇଓସି ଅଧିବେଶନ ଆୟୋଜନ କରୁଛି। ୧୯୮୩ ରେ ନୂଆଦିଲ୍ଲୀରେ ଆଇଓସି ର ୮୬ତମ ଅଧିବେଶନ ଅନୁଷ୍ଠିତ ହୋଇଥିଲା।

ଭାରତରେ ଅନୁଷ୍ଠିତ ୧୪୧ତମ ଆଇଓସି ଅଧିବେଶନରେ ବିଶ୍ବର ସହଯୋଗ ବୃଦ୍ଧି, କ୍ରୀଡ଼ାର ଉତ୍କର୍ଷତା ତଥା ବନ୍ଧୁତା, ସମ୍ମାନ ଏବଂ ଉତ୍କର୍ଷର ଅଲିମ୍ପିକ୍ ଆଦର୍ଶକୁ ଆଗକୁ ବଢ଼ାଇବା ପାଇଁ ଦେଶର ଉତ୍ସର୍ଗୀକୃତ ହୋଇଛି। ବିଭିନ୍ନ କ୍ରୀଡା ସମ୍ବନ୍ଧୀୟ ହିତାଧିକାରୀଙ୍କ ମଧ୍ୟରେ ପାରସ୍ପରିକ କ୍ରିୟା ଏବଂ ଜ୍ଞାନର ଆଦାନ ପ୍ରଦାନ ପାଇଁ ଏହା ଏକ ସୁଯୋଗ ପ୍ରଦାନ କରେ ଜ୍ଝ

ଏହି ଅଧିବେଶନରେ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ସଭାପତି ଥୋମାସ୍ ବାଚ୍ ଏବଂ ଆଇଓସିର ଅନ୍ୟ ସଦସ୍ୟମାନେ, ଭାରତୀୟ କ୍ରୀଡ଼ା ବ୍ୟକ୍ତିତ୍ୱ ତଥା ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ସମେତ ବିଭିନ୍ନ କ୍ରୀଡା ଫେଡେରେଶନର ପ୍ରତିନିଧୀମାନେ ଯୋଗଦେବେ।

Get real time updates directly on you device, subscribe now.