ବୀର ବାଲ୍ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍ଠାରେ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ବିଜେତାଙ୍କ ସହ ମତ ବିନିମୟ କରିବେ । ଏଥିସହ ପ୍ରଧାନମନ୍ତ୍ରୀ ସୁପୋଷିତ ଗ୍ରାମପଞ୍ଚାୟତ ଅଭିଯାନର ମଧ୍ୟ ଶୁଭାରମ୍ଭ କରିବେ । ସର୍ବଶ୍ରେଷ୍ଠ ଏକହଜାର ଗ୍ରାମ ପଞ୍ଚାୟତଙ୍କୁ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ । ୫୦ପ୍ରତିଶତ ପୁରସ୍କାର ରାଶି ଅଙ୍ଗନବାଡି କର୍ମୀ ସହାୟିକା ଏବଂ ଗ୍ରାମ ପଞ୍ଚାୟତକୁ ପ୍ରଦାନ କରାଯିବ । ଅବଶିଷ୍ଟ ୫୦ ପ୍ରତିଶତ ପୁରସ୍କାର ରାଶି ଅଙ୍ଗନବାଡି କେନ୍ଦ୍ର ଗୁଡ଼ିକରେ ଚାଲିଥିବା ପୋଷଣ ସୁଧାର ପାଇଁ ଖର୍ଚ୍ଚ କରାଯିବ । ସୂଚନା ଅନୁସାରେ ୨୦୨୨ ମସିହାରେ ପ୍ରଧାନମନ୍ତ୍ରୀ ଗୁରୁ ଗୋବିନ୍ଦ ସିଂହଙ୍କ ପୁତ୍ର ସାହେବଜାଦାମାନଙ୍କୁ ସେମାନଙ୍କ ସାହସ ପାଇଁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର ୨୬ ତାରିଖକୁ ବୀର ବାଲ୍ ଦିବସ ଭାବେ ପାଳନ କରାଯିବା ନେଇ ଘୋଷଣା କରିଥିଲେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ‘ସୁପୋଷିତ ଗ୍ରାମ ପଞ୍ଚାୟତ’ ଅଭିଯାନର ଶୁଭାରମ୍ଭ କରିବେ । ଦେଶରେ ପୁଷ୍ଟିସାଧନ ଜନିତ ସେବା କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ କରାଯାଇଛି । ଯୁବାବର୍ଗଙ୍କ ମନରେ ସଚେତନତା ସୃଷ୍ଟି କରିବା ଏବଂ ଦେଶବ୍ୟାପୀ ଉତ୍ସର୍ଗୀକୃତ ମନୋଭାବକୁ ଜାଗ୍ରତ କରିବା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବା ଏହି ଦିବସର ଲକ୍ଷ୍ୟ ରହିଛି ।