fbpx

ସେନା ସହ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସେନା ସହ ଦୀପାବଳୀ ପାଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗୁରୁବାର ଜମ୍ମୁ କଶ୍ମୀର ରଜୌରୀର ନୌଶେରା କ୍ଷେତ୍ର ଗସ୍ତ କରିବେ ପ୍ରଧାନମନ୍ତ୍ରୀ । ସେଠାରେ ବର୍ଡର ଆଉଟପୋଷ୍ଟ ପରିଦର୍ଶନ କରିବା ସହ ଯବାନଙ୍କ ସହ ଦୀପାବଳି ପାଳନ କରିବେ ।

୨୦୧୪ ରେ ପ୍ରଧାନମନ୍ତ୍ରୀ ହେବା ପରଠାରୁ ନିୟମିତ ଭାବରେ ଦୀପାବଳିରେ ପ୍ରଧାନମନ୍ତ୍ରୀ ବର୍ଡର ଆଉଟପୋଷ୍ଟ ପରିଦର୍ଶନ କରିଥାନ୍ତି । ପ୍ରଧାନମନ୍ତ୍ରୀ ଯବାନମାନଙ୍କୁ ମିଠା ଏବଂ ଗିଫ୍ଟ ମଧ୍ୟ ଦେଇଥାନ୍ତି । ୨୦୧୯ରେ ମଧ୍ୟ ପ୍ରଧାନମନ୍ତ୍ରୀ ଯବାନଙ୍କ ସହ ସମୟ ବିତାଇଥିଲେ ।

Get real time updates directly on you device, subscribe now.