fbpx

ଆଜି କୋଭିଡ୍ ଟିକା ନିର୍ମାଣକାରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୦ା୪: ଦେଶରେ କୋଭିଡ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକା ନିର୍ମାଣକାରୀଙ୍କ ସହ କଥା ହେବେ । ସନ୍ଧ୍ୟା ୬ଟା ସମୟରେ ଭିଡିଓ କରେଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ । ଗତକାଲି ପ୍ରଧାନମନ୍ତ୍ରୀ ଡାକ୍ତର ଓ ଔଷଧ କମ୍ପାନୀଗୁଡ଼ିକ ସହ ଆଲୋଚନା କରିଥିଲେ ।

ସୂଚନାଯୋଗ୍ୟଯେ, ଦେଶରେ ଦୈନିକ ସଂକ୍ରମିତ ସଂଖ୍ୟା ଦିନକୁ ଦିନ ନୂଆ ରେକର୍ଡ ଭାଙ୍ଗୁଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକ ଡକାଇ ସ୍ଥିତି ସମୀକ୍ଷା କରିବା ସହ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଯଥା ସମ୍ଭବ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅନେକ ରାଜ୍ୟରେ କର୍ଫ୍ୟୁ, ଲକଡାଉନ ଆଦି ଜାରି କରାଯାଇଥିଲେ ମଧ୍ୟ କରୋନାର ସ୍ଥିତିରେ କୌଣସି ସୁଧାର ଆଜି ପର୍ଯ୍ୟନ୍ତ ଆସି ନାହିଁ ।

Get real time updates directly on you device, subscribe now.