fbpx
BSKY SKY
BSKY SKY

ରାତି ଅଧିଆ ଚଢାଉରେ ଫସିଗଲେ ଶିକାରୀ: ବନ୍ଧୁକ ସହ ୬ ଜଣଙ୍କୁ ଗିରଫ

BSKY

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଅଚାନକ ରାତି ଅଧରେ ଚଢାଉ କରିଛି ପୋଲିସ । ସ୍ଥାନୀୟ ବାହାବନ୍ଧ ନିକଟ ଡେଉଁଚଖାଲ ଗାଁରେ ପୋଲିସର ଏହି ଚଢାଉ କରାଯାଇଛି । ନୀଳଗିରି ପୋଲିସ ଏବଂ ବନ ବିଭାଗର ଏହି ମିଳିତ ଚଢାଉରେ ୬ ଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ ହୋଇଥିବା ୬ ଜଣ ଶିକାରୀଙ୍କୁ ବନ୍ଧୁକ ସହ ପୋଲିସ ଗିରଫ କରିଥିବା ଜାଣିବାକୁ ମିଳିଛି । ଏମାନଙ୍କ ନିକଟରୁ ପୋଲସ ୬ଟି ବନ୍ଧୁକ ଜବତ କରିଛି ।

ନୀଳଗିରି କୁଲଡିହା ଅଭୟାରଣ୍ୟରେ ହୋଇଥିଲା ଏହି କମ୍ବିଂ ଅପରେସନ୍ । ଏଥିରେ ୬ଟି ଦେଶୀ ବନ୍ଧୁକ ସହ ୬ ଜଣ ଶିକାରୀଙ୍କୁ ପୋଲିସ ଗିରଫ କରିଥିବା ଜାଣିବାକୁ ମିଳିଛି । ଏହି ଚଢାଉରେ ନୀଳଗିରି ପୋଲିସ, କୁଲଡିହା ବନ ବିଭାଗ ଏବଂ ଶିମିଳିପାଳ ଟାଇଗର୍ସ ପ୍ରୋଟେକ୍ସନ ଫୋର୍ସ ସାମିଲ ରହିଥିଲେ । ଶିକାରୀ ଗୁଳିରେ ବନ ବିଭାଗ କର୍ମଚାରୀ ଆହତ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି ।

Get real time updates directly on you device, subscribe now.