fbpx

କେବେ ଆରମ୍ଭ ହେବ ଅମରନାଥ ଯାତ୍ରା? ୪୫ ଦିନ ପାଇଁ ମିଳିବ ବାବାଙ୍କ ଦର୍ଶନ

ନୂଆଦିଲ୍ଲୀ: ଚଳିତବର୍ଷ ଜୁନ୍ ୨୯ ତାରିଖରୁ ଆରମ୍ଭ ହେବ ଅମରନାଥ ଯାତ୍ରା । ଏଥର ମୋଟ ୪୫ ଦିନ ପର୍ଯ୍ୟନ୍ତ ବାବାଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଅର୍ଥାତ୍ ଅଗଷ୍ଟ ୧୯ ତାରିଖରେ ଏହି ଯାତ୍ରା ଶେଷ ହେବ । ଚଳିତବର୍ଷ ଆଷାଢ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଆରମ୍ଭ ହେଉଛି ଅମରନାଥ ଯାତ୍ରାର ଶୋଭନ ଯୋଗ ରହିଛି । ଜୁନ୍ ୨୯ ତାରିଖ ମଧ୍ୟାହ୍ନ ୨.୧୯ ପର୍ଯ୍ୟନ୍ତ ଅଷ୍ଟମ ତିଥିର ରହିଥିବା ବେଳେ ସନ୍ଧ୍ୟା ୬.୫୪ ପର୍ଯ୍ୟନ୍ତ ଏହି ଯୋଗ ରହିଛି । ତେବେ ଯାତ୍ରାର ପ୍ରଥମ ଦିନର ଶୁଭ ମୁହୂର୍ତ୍ତ ୧୧:୫୭ ରୁ ୧୨:୫୩ ରହିଛି ।

ପ୍ରତିବର୍ଷ ଅଗଷ୍ଟ ୧୯ ତାରିଖରେ ଶେଷ ହୋଇଥାଏ ପବିତ୍ର ଅମରନାଥ ଯାତ୍ରା । ଏହିଦିନ ଶ୍ରାବଣ ମାସର ପୂର୍ଣ୍ଣମୀ ତିଥି ଏବଂ ଶ୍ରାବଣ ମାସର ପଞ୍ଚମ ସୋମବାର ହୋଇଥିବା ବେଳେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ମଧ୍ୟ ପାଳନ କରାଯିବ । ରିପୋର୍ଟ ଅନୁସାରେଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ ୧୫ ଏପ୍ରିଲ ସୋମବାର ଠାରୁ ଆରମ୍ଭ ହେବ। ତଥାପି, ଅମରନାଥ ଯାତ୍ରା ପାଇଁ ଶାରୀରିକ ଭାବେ ସୁସ୍ଥ ହେବା ଜରୁରୀ । ଯେଉଁମାନେ ଅମରନାଥ ଯାତ୍ରା କରୁଛନ୍ତି ସେମାନେ ଡାକ୍ତରୀ ପ୍ରମାଣପତ୍ର ସହିତ ଅନ୍ୟାନ୍ୟ ନିର୍ଦ୍ଦେଶାବଳୀ ଅନୁସରଣ କରିବା ଆବଶ୍ୟକ ।

Get real time updates directly on you device, subscribe now.