fbpx

ବିହାର ୟୁଟ୍ୟୁବର ମନୀଷ କଶ୍ୟପଙ୍କ ବିରୋଧରେ ପୋଲିସର କଡା ଆକ୍ସନ, ୪ଟି ବ୍ୟାଙ୍କ ଖାତାରେ ୪୨ ଲକ୍ଷ ଟଙ୍କା ଫ୍ରିଜ

ନୂଆଦିଲ୍ଲୀ: ତାମିଲନାଡୁରେ ବିହାରର ଫର୍ଜି ଭିଡିଓ ଭାଇରାଲ କରୁଥିବା ମାମଲାରେ ବିହାର ଅର୍ଥନୈତିକ ଅପରାଧ ଇକାଇ ମନୀଷ କଶ୍ୟପ ଏବଂ ଯୁବରାଜ ସିଂହ ରାଜପୁତଙ୍କୁ ଖୁବ ଶିଘ୍ର ଗିରଫ କରାଯିବା କଥା ସାମ୍ନାକୁ ଆସିଛି । ଦୁଇ ଜଣଙ୍କ ଗିରଫ ପାଇଁ ଏକ ବିଶେଷ ଟିମର ଗଠନ କରାଯାଇଛି । ତାଙ୍କୁ ଧରବା ପାଇଁ ପୋଲିସ ଟିମ୍ ଭିନ୍ନ ଭିନ୍ନ ଯାଗାରେ ଖୋଜାଖୋଜି କରୁଛନ୍ତି ।

ବିହାର ପୋଲିସ ମନୀଷ କଶ୍ୟପଙ୍କ ବ୍ୟାଙ୍କ ଖାତାରେ ଥିବା ଜମା ରାଶିକୁ ଫ୍ରୀଜ କରିଦେଇଛନ୍ତି । ସେଥିରେ ୪୨.୧୧ ଲକ୍ଷ ଟଙ୍କାର ରାଶି ଜମା ରହିଛି । ବିହାର ପୋଲିସ କହିବା ଅନୁସାରେ, ଏହା ଏସବିଆଇ ଖାତାରେ ୩,୩୭,୪୯୬ ଟଙ୍କା, ଆଇଡିଏଫସି ବ୍ୟାଙ୍କରେ ୫୧,୦୬୯ ଟଙ୍କା, ଏଚଡିଏଫସି ବ୍ୟାଙ୍କରେ ୩,୩୭,୪୬୩ ଟଙ୍କା ଏବଂ ଏହାବ୍ୟତୀତ ସଚତକ ଫାଉଣ୍ଡେସନର ଏଚଡିଏଫସି ବ୍ୟାଙ୍କର ଖାତାରେ ୩୪,୮୫,୯୦୯ ଟଙ୍କା ଜମା ରହିଛି । ଏହି ସମସ୍ତ ରାଶିକୁ ମିଶାଇବା ପରେ ୪୨,୧୧,୯୩୭ ଟଙ୍କା ହେଉଛି ।

ମନୀଷ କଶ୍ୟପ ହେଉଛନ୍ତି, ତାମିଲନାଡୁର ମଜୁରିଆଙ୍କ ବିରୋଧରେ ହେଉଥିବା ଆକ୍ରମଣକୁ ନେଇ ମନୀଷ ଏକ ନକଲି ଭିଡିଓ ସେୟାର କରି ଅପରାଧର ଶିକାର ହୋଇଛନ୍ତି । ଏହି ମାମଲାରେ ତାଙ୍କ ଉପରେ ପ୍ରଥମରୁ ଏକ ଏଫଆଇଆର ଦାଖଲ ହୋଇଥିଲା । ମନୀଷଙ୍କ ଟ୍ୱିଟର ଆକାଉଣ୍ଟ ମଧ୍ୟ ବନ୍ଦ ହୋଇଯାଇଛି । ଏହାପରେ ତାଙ୍କ ନାମରେ ଅନ୍ୟ ଏକ ଟ୍ୱିର ଆକାଉଣ୍ଟ ଖୋଲାଯାଇ ସେଥିରେ ମନିଷ କଶ୍ୟପଙ୍କ ଗିରଫ ହେବାର ଫଟୋ ପୋଷ୍ଟ କରାଯାଇଛି । ଯାହାକି ବର୍ତ୍ତମାନ ସୁଦ୍ଧା ତାଙ୍କୁ ଗିରଫ କରାଯାଇ ନାହିଁ । ତେବେ ବିହାର ପୋଲିସ ଏହି ମାମଲରେ, ଭ୍ରମାତ୍ମକ ସନ୍ଦେଶ ଦେଇ ଲୋକମାନଙ୍କୁ ଦ୍ୱନ୍ଦରେ ପକାଉଥିବା ଅପରାଧରେ ଆର୍ଥିକ କ୍ରାଇମ ଷ୍ଟେସନ କେସ୍ ନମ୍ବର ୦-୦୫/୨୩ ଦ୍ୱାରା ପଞ୍ଜିକୃତ ହୋଇଛି ।

Get real time updates directly on you device, subscribe now.