ଭୁବନେଶ୍ୱର– ଦ୍ଵୈତନଗରୀ ପୁଲିସ କମିଶନର ତଥା ଭୁବନେଶ୍ବର ଡିସିପିଙ୍କ ନିର୍ଦ୍ଦେଶକ୍ରମେ “ସେଫ ସିଟି ଡ୍ରାଇଭ” ଅଭିଯାନରେ ଭୁବନେଶ୍ଵର ସହରାଞ୍ଚଳ ପୁଲିସ ଜିଲ୍ଲା ତରଫରୁ ବିଭିନ୍ନ ଥାନା ଅଞ୍ଚଳରେ ନାଇଟ ବ୍ଲକିଙ୍ଗ ତଥା ଚେକିଙ୍ଗ ଅଭିଯାନ କଡାକଡି ଭାବେ ଚାଲୁଅଛି । ଏହି ଧରପଗଡ ଅଭିଯାନରେରାସ୍ତାରେ ଯାତାୟାତ କରୁଥିବା ସମସ୍ତ ଯାନବାହାନକୁ ଯାଞ୍ଚ କରୁଛି । ଏଥି ସହିତ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟକଳାପ ବିରୋଧରେ ମଧ୍ୟ ଜନସାଧାରଣଙ୍କୁ ସଚେତନ କରି ଆବଶ୍ୟକସ୍ଥଳେ ଗାଡି ଜବତ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଉଅଛି ।
ଏହି ପରିପ୍ରେକ୍ଷୀରେ ଗତକାଲି ରାତିରେ ଭୁବନେଶ୍ବର ସହରାଞ୍ଚଳରେ ଥିବା କ୍ୟାପିଟାଲଥାନା, ଖାରବେଳନଗର ଥାନା, ଧଉଳି ଥାନା, ଲିଙ୍ଗରାଜ ଥାନା, ଭରତପୁର ଥାନା, ଖଣ୍ଡଗିରୀ ଥାନା, ଲକ୍ଷ୍ମୀସାଗରଥାନା, ବଡଗଡ ଥାନା, ମୈତ୍ରୀ ବିହାର ଥାନା, ମଞ୍ଚେଶ୍ଵରଥାନା,ନନ୍ଦନକାନନଥାନା, ଏବଂ ଚନ୍ଦ୍ରଶେଖରପୁର ଥାନାର ବିଭିନ୍ନସ୍ଥାନମାନଙ୍କରେ ସମ୍ପୃକ୍ତ ଥାନା ଆଇଆଇସି ଓ ଏସିପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନାଇଟ ବ୍ଲକିଙ୍ଗ କରାଯାଇଥିବା ବେଳେ, ଏହିଅଭିଯାନରେ ପୁଲିସ ଅଧିକାରୀ ଏବଂ ଥାନା କର୍ମଚାରୀଙ୍କ ସମତେ ୧ ସେକ୍ସନ ଲେଖାଏଁ ପୁଲିସ ଫୋର୍ସ ମୁତୟନ ହୋଇଥିଲେ ।
ଗତକାଲି ରାତିରେ ହୋଇଥିବା ଅଭିଯାନରେ ଓଡିଶା ମୋଟରଯାନ ଆଇନ ଏବଂ ଓଡିଶା ସହରାଞ୍ଚଳ ପୁଲିସ ଆଇନ ଅନୁଯାୟୀ ଜୋରିମନା ଆଦାୟ କରଯାଇଥିଲା । ଏହିକ୍ରମରେ ମୋଟ ୫ଜଣ ଆଇନଉଲଂଘନକାରୀଙ୍କ ନାମରେ ସମ୍ପୃକ୍ତ ଥାନାଗୁଡିକରେ ମାମଲା ରୁଜୁ କରାଯାଇଥିବା ବେଳେ ଅନ୍ୟ ୧୧ ଜଣଙ୍କୁ ପିଆର ଦିଆଯାଇଥିଲା । ସେହିପରି ମୋଟ ୫ଟି ଚାରିଚକିଆ ଯାନ ଏବଂ ୬ଟି ଦୁଇ ଚକିଆ ଯାନ ଜବତ କରାଯାଇଥିବା ବେଳେ, ଓଡିଶା ମୋଟରଯାନ ଆଇନରେ ୨୫୦୦/- ଟଙ୍କା ଓ ଓଡିଶା ସହରାଞ୍ଚଳ ପୁଲିସ ଆଇନ ଅନୁଯାୟୀ ଆଇନ ଉଲଂଘନକାରୀଙ୍କ ନିକଟରୁ ମୋଟ୨୭ ଟି ଓୟୁପି ଫାଇନ କରଯାଇଥିଲା ।
।