fbpx

ଫେରାର ଅପରାଧୀଙ୍କ ପାଇଁ କେବଳ ‘୫୦ ପଇସା’ ପୁରସ୍କାର ଘୋଷଣା କଲା ପୋଲିସ: ଏପରି ନିଷ୍ପତ୍ତି ପଛର ରହସ୍ୟ କ’ଣ?

ନୂଆଦିଲ୍ଲୀ: ଅନେକ ସମୟରେ ବଡ଼ ବଡ଼ ହାର୍ଡକୋର କ୍ରିମିନାଲ ଓ ଫେରାର ଅପରାଧୀଙ୍କ ପାଇଁ ପୋଲିସ ପକ୍ଷରୁ ୫୦୦, ୧ ହଜାର, ୫ ହଜାର, ୫୦ ହଜାର…. ୧ ଲକ୍ଷ ବା ତା’ଠାରୁ ଅଧିକ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥାଏ । ଏପରି ଅପରାଧୀଙ୍କୁ ଯେଉଁ ବ୍ୟକ୍ତି ଧରାଇବେ ସେମାନଙ୍କୁ ଏହି ପୁରସ୍କାର ରାଶି ମିଳିବ ବୋଲି ପୋଲିସ ପକ୍ଷରୁ କୁହାଯାଇଥାଏ ।

ତେବେ କୌଣସି ଫେରାର ଅପରାଧୀଙ୍କୁ ଧରାଇଦେଲେ ଆପଣଙ୍କୁ ମାତ୍ର ‘୫୦ ପଇସା’ ମିଳିବ ବୋଲି ଘୋଷଣା ହୋଇଥିବାର କେବେ ଶୁଣିଛନ୍ତି କି? ରାଜସ୍ଥାନରୁ ଆସିଛି ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଆର୍ମସ ଆକ୍ଟରେ ଫେରାର ଥିବା ଜଣେ ଅପରାଧୀ ପାଇଁ ରାଜ୍ୟର ଝୁଂଝୁନ ପୋଲିସ ପକ୍ଷରୁ କେବଳ ୫୦ ପଇସା ପୁରସ୍କାର ଘୋଷଣା କରାଯାଇଛି । ପୋଲିସର ଏହି ନିଷ୍ପତ୍ତିକୁ ନେଇ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଚର୍ଚ୍ଚା ଚାଲିଛି । ଏହି ନିର୍ଦ୍ଦେଶନାମା ଜାରି କରିଥିବା ଏସପିଙ୍କ ଫଟୋ ସହିତ ଚିଠିକୁ ନେଇ କିଛି ବ୍ୟକ୍ତି ଭାଇରାଲ କରୁଥିବା ଦେଖାଯାଇଛି । ଅପରାଧୀଙ୍କୁ ସେମାନଙ୍କର ପ୍ରକୃତ ଔକାତ ଦେଖାଇବା ପାଇଁ ଏପରି କରାଯାଇଥିବା କିଛି ଲୋକ ସୋସିଆଲ ମିଡ଼ିଆରେ ଆଲୋଚନା କରୁଥିବା ଦେଖାଯାଉଛି ।

ଏନେଇ ଏସପି କହିଛନ୍ତି, ଅପରାଧୀଙ୍କୁ ଧରିବା କ୍ଷେତ୍ରରେ ପୁରସ୍କାର ଘୋଷଣା କିଛି କାମରେ ଆସେ ନାହିଁ । ପୋଲିସର ସୂଚନା ତନ୍ତ୍ର ସେମାନଙ୍କୁ ଧରିବାରେ କାମରେ ଆସିଥାଏ । ଅପରାଧୀଙ୍କୁ ସେମାନଙ୍କର ଔକାତ ଜଣାଇବା ପାଇଁ ପୋଲିସ ପକ୍ଷରୁ ଏହି ଆରମ୍ଭ କରାଯାଇଛି । ଏହାଫଳରେ ଅପରାଧୀଙ୍କର ଔକାତ କେବଳ ୫୦ ପଇସା ବୋଲି ସେମାନେ ହୃଦୟଙ୍ଗମ କରିପରିବେ । ପୁରସ୍କାର ଚକ୍କରରେ କୌଣସି ବ୍ୟକ୍ତି ଓ ପୋଲିସ ଅପରାଧୀଙ୍କୁ ଧରିବାକୁ ପ୍ରୟାସ କରନ୍ତି ନାହିଁ । ମାତ୍ର ଏହି ଘୋଷଣା ଫଳରେ ଅପରାଧୀଙ୍କ ମାନସିକତା ଦୁର୍ବଳ ହୋଇଯାଇଥାଏ । ତେଣୁ ସେମାନଙ୍କୁ ନିଜର ଔକାତ ଜଣାଇବା ଉଦ୍ଦେଶ୍ୟରେ ଏହି ଆଦେଶ ଜାରି କରାଯାଇଛି ।

Get real time updates directly on you device, subscribe now.