କଟକ: ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଦେବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି। ୨ ଯୁବକଙ୍କୁ ଗିରଫ କଲା ଚାଉଳିଆଗଞ୍ଜ ଥାନା ପୋଲିସ।
ସୂଚନାନୁଯାୟୀ, ଭାରତ-ପାକ୍ ଉତ୍ତେଜନା ବେଳେ ପାକିସ୍ତାନ ସପକ୍ଷରେ ନାରା ଦେଇଥିଲେ। ପାକିସ୍ତାନ ସପକ୍ଷରେ ନାରା ଦେବାର ଭିଡିଓ ମଧ୍ୟ ଭାଇରାଲ କରିଥିଲେ।
ଏହାପରେ ପୋଲିସ ଏମାନଙ୍କୁ ଗିରଫ କରିବା ବେଳେ, ଲୋକେ କହିଛନ୍ତି ଦେଶଦ୍ରୋହୀ।