fbpx

୬ ଜଣଙ୍କୁ ବିବାହ କରିବା ପରେ ୭ମ ବର ଖୋଜୁଛନ୍ତି ଏହି ମହିଳା, ଜଣଙ୍କ ପାଖେ ୨୦ ଦିନରୁ ଅଧିକ ଦିନ ରହୁନାହାନ୍ତି

Advertisement

ନୂଆଦିଲ୍ଲୀ: ରାଜସ୍ଥାନର ଚୁରୁ ଜିଲ୍ଲାରେ ଜଣେ ମହିଳାଙ୍କୁ ପୋଲିସ ଗିରଫ କରିଛି । ସେହି ମହିଳା ଜଣଙ୍କ ବୟସ ୩୨ ବର୍ଷ । ସେ କିଛି ଦିନରେ ୬ ଜଣଙ୍କୁ ବିବାହ କରିଛନ୍ତି, ଏହା ବ୍ୟତୀତ ତାଙ୍କର ୩ଜଣ ପିଲା ଅଛନ୍ତି । ଏହାପରେ ସେ ୭ ନମ୍ବର ବିବାହ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ହେଲେ ଏହି ସମୟରେ ପୋଲିସ ତାଙ୍କୁ ଗିରଫ କରିଛି । ଏହା ବିରୋଧରେ ଚୁରୁର ରତନଗଡ଼ରେ ରହୁଥିବା ଭାଦର ସିଂହ ନାମକ ଜଣେ ବ୍ୟକ୍ତି ରିପୋର୍ଟ କରିଥିଲେ ।

ରତନଗଢ ପୋଲିସ କହିଛନ୍ତି ଯେ, ଏହି ୩୨ ବର୍ଷୀୟ ମହିଳାଙ୍କୁ ବୁଧବାର ଦିନ ଗିରଫ କରାଯାଇଛି । ତାଙ୍କ ସହ ତାଙ୍କର ଜଣେ ସାଙ୍ଗଙ୍କୁ ଧରାଯାଇଥିଲା । ହେଲେ ପୋଲିସ ଆଜି ତାଙ୍କୁ ଖବର ଦେଇଛନ୍ତି । ଦୁହେଁଁ ମିଶି ମ୍ୟାରେଜ କମ୍ପାନୀ ଚଲାଉଥିଲେ । ବୀରପାଲ ଏପର୍ଯ୍ୟନ୍ତ ଛଅଟି ବିବାହ କରିଛନ୍ତି । ସେ ବିବାହ ପୂର୍ବରୁ ନିଜକୁ ଗରିବ କହି ବରମାନଙ୍କଠାରୁ ତିନି ରୁ ଚାରି ଲକ୍ଷ ଟଙ୍କା ନେଇଥିଲେ ଏବଂ ଏହାପରେ ବର ସହିତ ୨୦ ଦିନରୁ ଅଧିକ ଦିନ ମଧ୍ୟ ତ୍ରିଷ୍ଠି ପାରୁନଥିଲେ । ୨୦ ଦିନ ଭିତରେ ଘରର ସମସ୍ତ ଟଙ୍କା ପଇସା ଏବଂ ମୂଲ୍ୟବାନ ଜିନିଷ ଚୋରାଇ ଫେରାର ହୋଇଯାଉଥିଲେ । ତେବେ ବର୍ତ୍ତମାନ ସେହି ମହିଳାଙ୍କୁ ପୋଲିସ ଗିରଫ କରି ତଦନ୍ତ ଚଳାଇଛି ।

Get real time updates directly on you device, subscribe now.