fbpx

ଦିଗପହଣ୍ଡି ବସ୍ ଦୁର୍ଘଟଣା: ପୋଲିସ ନେଲା ବଡ କାର୍ଯ୍ୟାନୁଷ୍ଠାନ, ଡ୍ରାଇଭର ଗିରଫ

ଗଞ୍ଜାମ: ଗଞ୍ଜାମ ଦିଗପହଣ୍ଡି ବସ୍ ଦୁର୍ଘଟଣାରେ ପୋଲିସ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଘଟଣାରେ ସମ୍ପୃକ୍ତ ଓଏସଆରଟିସି ବସ୍ ଡ୍ରାଇଭରଙ୍କୁ ଗିରଫ କରିଛି ପୋଲିସ । ଗତକାଲି ଦୁର୍ଘଟଣା ପରେ ଡ୍ରାଇଭର ମାନସ ପ୍ରଧାନଙ୍କୁ ପୋଲିସ ଭୁବନେଶ୍ୱରରୁ ନେଇ ଯାଇଥିବା ବେଳେ ପଚରାଉଚରା ଜାରି ରଖିଥିଲା । ତେବେ ଆଜି ତାଙ୍କୁ ଦିଗପହଣ୍ଡି ଥାନା ପୋଲିସ ଗିରଫ କରିଥିବା ଜାଣିବାକୁ ମିଳିଛି । ଉଭୟ ଗାଡି ମଧ୍ୟରେ ଭୟଙ୍କର ଦୁର୍ଘଟରା ପରେ ସେଠାରୁ ଖସି ଭୁବନେଶ୍ୱର ପଳାଇ ଆସିଥିଲେ ସରକାରୀ ବସ୍ ଡ୍ରାଇଭର ମାନସ ।

Get real time updates directly on you device, subscribe now.