fbpx
BSKY SKY
BSKY SKY

ପୁଣି ଭାରସାମ୍ୟ ହରାଇ ଓଲଟିଲା ବସ୍: ୧୦ ଯାତ୍ରୀ ଆହତ

BSKY

ବାରିପଦା: ଓଡିଶାର ପିଛା ଛାଡୁନି ଦୁର୍ଘଟଣା । ଗୋଟି ପରେ ଗୋଟିଏ ସ୍ଥାନରେ ବଡ ବଡ ଦୁର୍ଘଟଣାମାନ ଘଟି ଚାଲିଛି । ଆଜି ବାରିପଦା ମେଡିକାଲ କଲେଜ ରଙ୍ଗାମାଟିଆ ଛକରେ ଘଟିଛି ଆଉ ଏକ ବସ୍ ଦୁର୍ଘଟଣା । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ବସ୍ ଓଲଟି ପଡିଥିବା ଜାଣିବାକୁ ମିଳିଛି । ତେବେ ଏହି ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଫସି ରହିଥିବା ଅନ୍ୟ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଉଥିବା ବେଳେ ଆହତଙ୍କୁ ଯଥାସମ୍ଭବ ମେଡିକାଲ ପଠାଇବାର ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.