fbpx

ନବମୀ ତିଥିରେ ଚତୁର୍ଦ୍ଧା ବିଗ୍ରହଙ୍କ ସନ୍ଧ୍ୟା ଦର୍ଶନ, ସକାଳ ୭ ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ ଦର୍ଶନ

ପୁରୀ :  ଜନ୍ମବେଦୀରେ ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳ । ନବମୀ ତିଥିରେ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ ହେବ ଆଜି ସନ୍ଧ୍ୟାରେ । ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ ନବମୀ ସନ୍ଧ୍ୟା ଦର୍ଶନ । ଶ୍ରୀଗୁଣ୍ଡିଚା ମନ୍ଦିର ଭିତରେ ଥିବା ଭକ୍ତ ମାନେ ଅପରାହ୍ନ ୫ଟା ପରେ ମଧ୍ୟ ଦର୍ଶନର ସୁ୍‌ଯୋଗ ପାଇବେ । ଅପରାହ୍ନ ୫ଟା ପରେ ବାହୁଡା ଯାତ୍ରା ପାଇଁ ସ୍ୱତନ୍ତ୍ର ନୀତିକାନ୍ତ ଥିବା ଯୋଗୁଁ ଏହିଭଳି ନିଷ୍ପତି ନିଆଯାଇଛି । ନବମୀ ସନ୍ଧ୍ୟା ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ଓ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ବୁଧବାର ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ।  ନିଜ ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡିବେ ଶ୍ରୀଜିଉ । ରଥଯାତ୍ରାରେ ଭକ୍ତଙ୍କ ଲାଗି ଯେଉଁ ଭଳି ଶୃଙ୍ଖଳିତ ଦର୍ଶନ ଏବଂ ଗମନାଗମନର ବ୍ୟବସ୍ଥା ହୋଇଥରଲା ଠିକ ସେହିଭଳି ବାହୁଡା ଯାତ୍ରାରେ ମଧ୍ୟ ସମାନ ବ୍ୟବସ୍ଥା କରାଯିବ । ମହାପ୍ରଭୁଙ୍କ ସୁନାବେଶରେ ଶ୍ରଦ୍ଧାଳୁଙ୍କ ଭିଡକୁ ଲକ୍ଷ୍ୟରେ ରଖି ସ୍ୱତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା ସହ ଟ୍ରାଫିକକୁ ମଧ୍ୟ ଶୃଙ୍ଖଳିତ କରାଯିବ ।

Get real time updates directly on you device, subscribe now.