fbpx
BSKY SKY
BSKY SKY

ସାବଧାନ! ଏଣିକି ଚାଲାଣ କଟାଯିବନି, ସିଧା ୨ ବର୍ଷ ପାଇଁ ହେବ ଜେଲ: ଏହି ନିୟମ ଭାଙ୍ଗିବା ବନ୍ଦ କରନ୍ତୁ

BSKY

ନୂଆଦିଲ୍ଲୀ: ବର୍ତ୍ତମାନ ଟ୍ରାଫିକ ନିୟମ ଦିନକୁ ଦିନ ଖୁବ କଡାକଡି କରାଯାଉଛି । ବିଭିନ୍ନ କାଗଜପତ୍ର ସାଙ୍ଗକୁ ଡ୍ରାଇଭରଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ସହ ଭୁଲ ଅନୁସାରେ ଚାଲାଣ କାଟୁଛନ୍ତି ଟ୍ରାଫିକ ପୋଲିସ । ଏହାପରେ ମଧ୍ୟ ଅନେକ ଅମାନିଆ ଲୋକ ଏହି ନିୟମକୁ ଭାଙ୍ଗୁଥିବାର ଦେଖାଯାଉଛି । ଫଳରେ ନିଜର କ୍ଷତି କରିବା ସହ ଅନ୍ୟମାନଙ୍କର ମଧ୍ୟ କ୍ଷତି ଘଟାଉଛନ୍ତି ଏମାନେ । ତେଣୁ ଟ୍ରାଫିକ ନିୟମ ଆହୁରି କଡାକଡି କରାଯାଉଛି । ଏଣିକି ଅମାନିଆ ଗାଡି ଚାଳକଙ୍କ ପାଇଁ ଚାଲାଣ କଟାଯିବନି, ବରଂ ଭୁଲ କଲେ ୨ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ ।

ବିଶେଷ କରି ରାସ୍ତାରେ ଗାଡି ଚଳାଇବା ସମୟରେ ମଦ୍ୟପାନ କରିବାକୁ ଟ୍ରାପିକ ନିୟମ ଅନୁସାରେ ଏକ ବଡ ଅପରାଧ ଭାବରେ ଗଣାଯାଇଥାଏ । କାରଣ ଏହା ସଡକ ଦୁର୍ଘଟଣାର ପ୍ରମୁଖ କାରଣ ହୋଇପାରେ । ତେଣୁ ଡ୍ରିଙ୍କ ଆଣ୍ଡ ଡ୍ରାଇଭ ମାମଲାରୁ ନିଜକୁ ଯଥାସମ୍ଭବ ଦୂରେଇ ରଖିବା ଉଚିତ । ନଚେତ ଏହି ଭୁଲ ପାଇଁ ଏବେ ଚାଲାଣ ବଦଳରେ ବଡ ଦଣ୍ଡ ଦିଆଯାଇପାରେ । ନିୟମ ଅନୁସାରେ ଡ୍ରିଙ୍କ ଆଣ୍ଡ ଡ୍ରାଇଭ କେସରେ ଫସିଲେ ଡ୍ରାଇଭରଙ୍କୁ ୨ ବର୍ଷର ଜେଲଦଣ୍ଡ ମଧ୍ୟ ମିଳିପାରେ । ଏହାବ୍ୟତୀତ ଏଭଳି ମାମଲାରେ ନିଜ ଜୀବନ ସହିତ ଆହୁରି କିଛି ଜୀବନକୁ ମଧ୍ୟ ବିପଦ ହୋଇପାରେ ଡ୍ରିଙ୍କ ଡ୍ରାଇଭ । ତେଣୁ ମଦ୍ୟପାନ କରି ଗାଡି ଚଳାଇବାର ପରିଣାମକୁ ଦୃଷ୍ଟିରେ ରଖି ବିଭିନ୍ନ ନିୟମ ପ୍ରସ୍ତୁତ କରାଯାଇଛି ।

Drink driving within limit? Bad idea, says IIT-B | Mumbai news - Hindustan  Times

ପ୍ରଥମ ଥର ଡ୍ରିଙ୍କ ଆଣ୍ଡ ଡ୍ରାଇଭ ମାମଲାରେ ଧରା ପଡିଲେ, ଡ୍ରାଇଭରଙ୍କୁ ୧୦ ହଜାର ଟଙ୍କା ଫାଇନ ଆଦାୟ କରାଯିବା ସହ ୬ ମାସ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ପଡିବ । ଏହାପରେ ଯଦ ଦ୍ୱିତୀୟ ଥର ପାଇଁ ମଦ ପିଇ ଗାଡିଚଳାଉଥିବା ବେଳେ ଟ୍ରାଫିକ ପୋଲିସଙ୍କ ହବୁଡରେ ପଡନ୍ତି, ତେବେ ଚାଲାଣର ରାଶି ସହିତ ଜେଲ ଦଣ୍ଡ ମଧ୍ୟ ବୃଦ୍ଧି ହୋଇପାରେ । ଦ୍ୱିତୀୟ ଥର ସମାନ ଭୁଲ କଲେ ଚାଳକଙ୍କୁ ୧୫ ହଜାର ଟଙ୍କାର ଜରିମାନା ଏବଂ ୨ ବର୍ଷର ଜେଲ ଆଦେଶ ହୋଇପାରେ । ତେବେ ସାଧାରଣତଃ ପୋଲିସ ଚାଲାଣ ହିଁ କାଟିଥାନ୍ତି । କିନ୍ତୁ ପୋଲିସଙ୍କ ନିକଟରେ ମାମଲା ରୁଜୁ କରି ଜେଲ ପଠାଇବାର ଶକ୍ତି ରହିଥାଏ ।

Get real time updates directly on you device, subscribe now.