fbpx

ପୋଲିସ ହାତରେ କୁଖ୍ୟାତ ଲୁଟେରା, ୩୫ ବର୍ଷରେ ୫ ଶହ ଚୋରି

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କମିଶନରେଟ ପୋଲିସ ହାତରେ ଧରାପଡିଛି ଜଣେ କୁଖ୍ୟାତ ଚୋର । ଆଜି କଟକରେ ଚୋରି ଉଦ୍ୟମ କରୁଥିବା ବେଳେ ଧରାପଡିଛି କୁଖ୍ୟାତ ଚୋର ହେମନ୍ତ ଦାସ । ୧୯୮୬ ମସିହାରୁ ୩୫ ବର୍ଷ ଧରି ହେମନ୍ତ ଚୋରି କରି ଆସୁଥିଲା । ଗତ ୩୫ ବର୍ଷରେ ୫ ଶହ ଜାଗାରୁ ସେ ପ୍ରାୟ ୫ କୋଟିର ଜିନିଷ ଚୋରି କରିଛି । ହେମନ୍ତ ନାଁରେ କେବଳ ଭୁବନେଶ୍ୱରରେ ୧୦୨ଟି ମାମଲା ରହିଛି ।

ରାଜ୍ୟ ଓ ରାଜ୍ୟ ବାହାରେ ଯଥା ମୁମ୍ବାଇ, ଚେନ୍ନାଇ, ଦିଲ୍ଲୀରେ ବି ହେମନ୍ତ ଚୋରି କରିଥିଲା । ଲୁହାରଡ଼ ବ୍ୟବହାର କରି ବିଭିନ୍ନ ଜାଗାରେ ଚୋରି କରୁଥିଲା ହେମନ୍ତ । ଚୋରି ଟଙ୍କାରେ ବିଭିନ୍ନ ଜାଗାରେ ବୁଲିବା ସହ କଲଗାର୍ଲଙ୍କ ସହ ରାତି ବିତାଇ ଟଙ୍କା ଉଡାଉଥିଲା । ବିଜେପି କଲେଜରେ ପଢ଼ିବା ବେଳେ ଗଣ୍ଡଗୋଳ କରି ସେ ଜେଲ ଯାଇଥିଲା । ଜେଲରେ ଅନ୍ୟ ଜଣେ ଚୋର ସହ ମିଶି ହେମନ୍ତ କୁଖ୍ୟାତ ଲୁଟେରା ପାଲଟିଥିଲା ।

Get real time updates directly on you device, subscribe now.