fbpx

ପୁଣି ଥରେ ଟୁଙ୍ଗୁରୁ ଭୋଳକୁ ଗିରଫ କଲା ପୋଲିସ; ଅଟୋରେ କରୁଥିଲା ଏମିତି…

Advertisement

ଭୁବନେଶ୍ୱର: ଟୁଙ୍ଗୁରୁ ଭୋଳର ନାଁ ଶୁଣିଲା ମାତ୍ର ଆପଣମାନଙ୍କର ଅଟୋରେ ଭାଉଜ ପ୍ରେମ କଥା ତ ନିଶ୍ଚିତ ମନେ ପଡୁଥିବ । ଏବେ ଭାଉଜକୁ ନୁହେଁ ବରଂ ଅଟୋରେ ଚୋରମାନଙ୍କୁ ବୋହି ନେଉଥିଲା ଟୁଙ୍ଗୁରୁ ଭୋଳ । ସେ ପୁଣି ରାଜଧାନୀର ରାଜରାସ୍ତାରେ । ଟୁଙ୍ଗୁରୁ ଭୋଳ ଅଟୋ ଚଳାଇ ଏତେ ମାତ୍ରାରେ ଭାଇରାଲ ହୋଇଥିଲା ସେତବେଳେ ସମସ୍ତଙ୍କ ମୁହଁରେ ଟୁଙ୍ଗୁରୁ-ବର୍ଷା ଭୋଳ ପ୍ରେମ କାହାଣୀ । ଆଉ ଏବେ ପୁଣି ସାମ୍ନାକୁ ଆସିଛି ଟୁଙ୍ଗୁରୁ ଭୋଳ କାରାନାମା । ଯାହାକୁ ଶୁଣିଲେ ଆପଣମାନେ ମୁଣ୍ଡରେ ହାତ ଦେବେ । ପରକୀୟା ପ୍ରୀତି ପାଇଁ ବହୁଚର୍ଚ୍ଚିତ ଟୁଙ୍ଗୁରୁ ଭୋଳର ପୁଣି ଏକ କାରାନାମା ପଦାକୁ ଆସିଛି । ଭୁବନେଶ୍ୱର ଚନ୍ଦକା ରାସ୍ତାରେ ଅଟୋ ଭିତରେ ଏମିତି କରୁଥିଲା ଟୁଙ୍ଗୁରୁ ଭୋଳ ଏବେ ପୋଲିସ ହାତରେ ପଡିଛି ଧରା ।

ଏଥର କେଉଁ ଭାଉଜ ନୁହଁ ବରଙ୍ଗ ଚୋର ଗ୍ୟାଙ୍ଗଙ୍କୁ ଅଟୋରେ ବୋହି ନେଉଥିଲା ସେ ପୁଣି ୪ ଜଣ ଚୋର । ଚୋର ଗ୍ୟାଙ୍ଗରେ ସମ୍ପର୍କ ରଖି ପୋଲିସ ହାବୁଡରେ ପଡିଛି । ୧୧ ଜଣଙ୍କୁ ଗିରଫ କରିଛି ପୋଲିସ । ଏକ ଚୋର ଗ୍ୟାଙ୍ଗର ସଦସ୍ୟମାନଙ୍କୁ ଅଟୋରେ ବୋହିବାରୁ ଟୁଙ୍ଗୁରୁ ଭୋଳକୁ କମିଶନରେଟ ପୋଲିସ ଗିରଫ କରିଛି । ଟୁଙ୍ଗୁରୁ ଭୋଲ ସହ ଅନ୍ୟ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ । ଏ ଘଟଣାଟି ଘଟିଛି ଭୁବନେଶ୍ୱର ଚନ୍ଦକା ଥାନା ଅଞ୍ଚଳରେ । ପୋଲିସର କହିବା ମୁତାବକ, ଟୁଙ୍ଗୁରୁ ଭୋଳ ତାର ଅଟୋରାକ୍ସା ନେଇ ଗତକାଲି ରାତିରେ ନନ୍ଦନକାନନ-ଚନ୍ଦକା ରାସ୍ତାରେ ଯାଉଥିଲେ । ହଠାତ୍ ଟୁଙ୍ଗୁରୁ ଭୋଳର ଅଟୋକୁ ଦେଖି ପୋଲିସର ହୋଇଥିଲା ସନ୍ଦେହ । ସଙ୍ଗେ ସଙ୍ଗେ ଅଟୋକୁ ଅଟକାଇ ଯାଂଚ କରିବା ପରେ ଉକ୍ତ ଅଟୋରିକ୍ସାରୁ ୪ ଜଣ ବାହାରିଲେ ।

ସେମାନଙ୍କ ନିକଟରୁ ଚୋରି ସାମଗ୍ରୀ ଧରାପଡିଥିବା ଜଣାପଡିଛି । ସେମାନେ ଏକ ଆପାର୍ଟମେଣ୍ଟରୁ ଚୋରି କରି ଫେରାର୍ ହେଉଥିବା ବେଳେ ପୋଲିସ ଜାଣିବାକୁ ପାଇଥିଲା । ଏହା ସହ ଓଡିଶାକୁ ଆସୁଥିବା ବୋହୁ ଭାରିଯାନରେ ଏମାନେ ବିଭିନ୍ନ ସାମଗ୍ରୀକୁ ଅନ୍ୟରାଜ୍ୟକୁ ପଠାଉଥିଲେ । ଚୋରି କରି ପ୍ରାୟ ୧ କୋଟି ଟଙ୍କାରେ ବ୍ରିକି କରିଥିବା ଜଣାପଡିଛି । ଏହି ଗ୍ୟାଙ୍ଗ୍‌ର ୧୫ରୁ ଅଧିକ ଥିବା ବେଳେ ଏବେ ୧୧ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି ପୋଲିସ । ଟୁଙ୍ଗୁରୁ ଭୋଳ ଚୋରମାନଙ୍କୁ କେବଳ ଅଟୋରେ ଚାଲାଣ କରୁଥିଲା ନାଁ ଚୋରରେ ତାର ସଂପୃତି ରହିଛି ସେନେଇ ପୋଲିସ ତଦନ୍ତ ଚଲାଇଛି । ଆସନ୍ତକାଲି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲଣ କରିବ ପୋଲିସ ।

Get real time updates directly on you device, subscribe now.