fbpx

ଶ୍ୱେତାଙ୍କ ବ୍ରା’ ସମ୍ବନ୍ଧୀୟ ବୟାନର ପୋଲିସ୍ କମିଶନର୍ କରିବେ ଯାଞ୍ଚ, ଗୃହମନ୍ତ୍ରୀ ମାଗିଲେ ରିପୋର୍ଟ

ଭୋପାଳ: ଲୋକପ୍ରିୟ ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀ ବ୍ରା’କୁ ନେଇ ଭଗବାନଙ୍କ ଉପରେ ଦେଇଥିବା ବୟାନ ନିଆଁ ଭଳି ବ୍ୟାପିଯାଇଛି । ଏହାକୁ ସୋସିଆଲ୍ ମିଡିଆରେ ଜୋରଦାର୍ ବିରୋଧ କରାଯାଉଛି । ଏହି ବିବାଦୀୟ ବୟାନ କେବଳ ତାଙ୍କ ପାଇଁ ନୁହେଁ ବରଂ ତାଙ୍କ ଅଭିନୀତ ଆଗାମୀ ୱେବ୍ ସିରିଜ୍ ଉପରେ ମଧ୍ୟ ଭାରୀ ପଡ଼ିଛି ବୋଲି ଚର୍ଚ୍ଚା ହେବାରେ ଲାଗିଛି । ଶ୍ୱେତାଙ୍କ ବୟାନ ପାଇଁ ଏବେ ଖୁବ୍ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ।

ଏହି ମାମଲାରେ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା, ଶ୍ୱେତାଙ୍କ ବିବାଦୀୟ ବୟାନକୁ ନେଇ ଭୋପାଳ ପୋଲିସ୍ କମିଶନର୍ ଙ୍କୁ ୨୪ ଘଣ୍ଟା ମଧ୍ୟରେ ଯାଞ୍ଚ ରିପୋର୍ଟ ମାଗିଛନ୍ତି । ଖାଲି ସେତିକି ନୁହେଁ ଅନ୍ୟପଟେ ହିନ୍ଦୁ ସଂଗଠନ ଗୁଡ଼ିକ ମଧ୍ୟ ଶ୍ୱେତାଙ୍କ ବୟାନ ପରେ ୱେବ୍ ସିରିଜ୍ ଶୁଟିଂ କରିବାକୁ ଦେବେନି ବୋଲି ଚେତାବନୀ ଦେଇଛନ୍ତି ।

ସୂଚନା ଯେ, ବୁଧବାର ଦିନ ଶ୍ୱେତା ତିୱାରୀ ନିଜର ଆଗାମୀ ୱେବସିରିଜ୍ ଶୋ ଷ୍ଟପର୍ ଘୋଷଣା ପାଇଁ ଭୋପାଳରେ ପହଞ୍ଚିଥିଲେ । ପୂରା ଟିମ୍ ସହିତ ଏକ ଫ୍ରେସ୍ କନଫରେନ୍ସରେ ଭାଗ ନେଇଥିଲେ ଶ୍ୱେତା । ଏଠାରେ ମିଡିଆ ସହିତ କଥା ହେବା ସମୟରେ ଶ୍ୱେତାଙ୍କ ବିବାଦୀୟ ବୟାନ ସାମନାକୁ ଆସିଛି । ସେ କହିଥିଲେ ଯେ, “ମୋ ବ୍ରା ସାଇଜ୍ ଭଗବାନ ନେଉଛନ୍ତି” । ତେବେ ତାଙ୍କର ଏଭଳି ବୟାନ ଫ୍ୟାନ୍ସଙ୍କ କ୍ରୋଧକୁ ବଢ଼ାଇ ଦେଇଛି । ସୋସିଆଲ୍ ମିଡିଆରେ ଏହା ଭାଇରାଲ୍ ହେବାରେ ଲାଗିଛି ।

Get real time updates directly on you device, subscribe now.