fbpx
BSKY SKY
BSKY SKY

ତୋ ପୁଅ ତ ଅନ୍ୟ ଜାତିର, ସେ କାହିଁକି ଆମ ଝିଅକୁ ନେଇ ଫେରାର୍ ହେଲା: ଏବେ ତୁ ଧରାପଡ଼ିଛୁ, ତୁ ମରିବୁ

BSKY

ନୂଆଦିଲ୍ଲୀ: ଆମ ସମାଜରେ ଆଜିକାଲି ପ୍ରେମ ବ୍ୟାପାରକୁ ନେଇ ବିଭିନ୍ନ ପ୍ରକାର ଅନୈତିକ କାର୍ଯ୍ୟକଳାପ ଘଟୁଛି । ନିକଟରେ ତାମିଲନାଡ଼ୁରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବକ ପ୍ରେମ କରି ଫେରାର ହେବା ପରେ ଏହାର ମୂଲ୍ୟ ଦେବାକୁ ପଡ଼ିଛି ଉକ୍ତ ଯୁବକଙ୍କ ମାଆଙ୍କୁ । ଉତ୍ତ୍ୟକ୍ତ ହୋଇ କିଛି ଯୁବକ ଉକ୍ତ ମହିଳାଙ୍କୁ ବାନ୍ଧି ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ଉଭୟ ପୁଅ ଓ ଝିଅ ଅଲଗା ଅଲଗା ଜାତିର ହୋଇଥିବାରୁ ଏହାକୁ ଗ୍ରାମବାସୀମାନେ ସହଜରେ ହଜମ କରିପାରିନଥିଲେ । ତେବେ ଆକ୍ରମଣରେ ଗୁରୁତର ହୋଇଥିବା ମହିଳା ଜଣଙ୍କ ଏକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଜଣାପଡ଼ିଛି ଯେ, ବିରୁନ୍ଧୁନଗର ଅନ୍ତର୍ଗତ ତିରୁଚୁଲି ବ୍ଲକର କେ.ଭାଗାଇକୁଲମ ଗ୍ରାମରେ ଜଣେ ୪୫ ବର୍ଷୀୟ ମହିଳା ମିନାକ୍ଷୀ ରୁହନ୍ତି । ତାଙ୍କ ପୁଅ ବିଳମ୍ବିତ ରାତିରେ ଅନ୍ୟ ସଂପ୍ରଦାୟର ଜଣେ ଯୁବତୀଙ୍କୁ ନେଇ ଫେରାର ହୋଇଯାଇଥିଲା । ପରେ ଉକ୍ତ ଯୁବକ ଓ ଯୁବତୀ ଦୁଇଜଣ ବିବାହ କରିବା ସହ ପୋଲିସର ଶରଣ ଭିକ୍ଷା କରିଥିଲେ । ଏହି ଘଟଣାକୁ ନେଇ ଉକ୍ତ ଯୁବତୀଙ୍କ ମାଆ ସାଙ୍ଗରେ ୧୪ ଜଣ ଯୁବକଙ୍କୁ ନେଇ ମିନାକ୍ଷୀଙ୍କୁ ଘରୁ ଟାଣି ଆଣିଥିଲେ । ସେମାନେ ମିନାକ୍ଷୀଙ୍କୁ ଏକ ଲ୍ୟାମ୍ପ ପୋଷ୍ଟ ବାନ୍ଧିବା ସହ ନିର୍ଯାତନା ଦେଇଥିଲେ । ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରଖିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.