fbpx
BSKY SKY
BSKY SKY

ଚଳନ୍ତା ଟ୍ରେନରେ ଚଢ଼ିବାକୁ କରୁଥିଲେ ଚେଷ୍ଟା, ଖସିଗଲା ଗୋଡ଼; ଆଉ ତାପରେ(ଦେଖନ୍ତୁ ଭିଡିଓ)

BSKY

ନୂଆଦିଲ୍ଲୀ: ଲୋକମାନେ ତରବରରେ ନିଜ କାମ କରିବାକୁ ଯାଇ ଏପରି କିଛି କରିବସନ୍ତି ଯାହା ସେମାନଙ୍କ ଜୀବନକୁ ବିପଦରେ ପକାଇଥାଏ । ଯେପରିକି ସ୍ପିଡ୍ ରେ ଗାଡ଼ି ଚଳାଇବା ଚାଲୁଥିବା ଟ୍ରେନରେ ଚଢ଼ିବା ଇତ୍ୟାଦି । ସେହିପରି ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଜଣେ ବ୍ୟକ୍ତି ଦୌଡ଼ି ଦୌଡ଼ି ଯାଇ ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରୁଥିବା ବେଳେ ଏପରି କିଛି ହୋଇଛି ଯାହା ଖୁବ୍ ଭୟାନକ ହୋଇଛି ।

ସାମନାକୁ ଆସିଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ଟ୍ରେନ ଛାଡ଼ିଦେବାରୁ ଦୌଡ଼ି ଦୌଡ଼ି ଯାଇ ସେଥିରେ ଚଢ଼ିବାକୁ ଚେଷ୍ଟା କରୁଛନ୍ତି । ହେଲେ ଯେତେବେଳେ ଗୋଡ଼କୁ ଟ୍ରେନରେ ରଖିବାକୁ ଚେଷ୍ଟା କରୁଛନ୍ତି ଠିକ୍ ସେ ସମୟରେ ତାଙ୍କ ଗୋଡ଼ ଖସିଯାଉଛି ଓ ସେ ପଡ଼ିଯାଉଛନ୍ତି । ଆଉ ମାତ୍ର ଅଳ୍ପକେ ଟ୍ରେନ ଲାଇନ୍ କୁ ଖସିବା ପୂର୍ବରୁ ବଞ୍ଚିଯାଉଛନ୍ତି ଓ କିଛି ଲୋକ ତାଙ୍କୁ ରକ୍ଷା କରିବାକୁ ଆସୁଛନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.