fbpx

‘ମହୋଦୟ, ବାହାଘର ପରେ ‘ଗୁଡ଼୍ ନ୍ୟୁଜ୍’ ପାଇଁ ୧୫ ଦିନ ଛୁଟି ଦରକାର’ , ଏସପିଙ୍କୁ କନଷ୍ଟେବଳ ଲେଖିଲେ ନିଆରା ଚିଠି

ନୂଆଦିଲ୍ଲୀ: ବେସରକାରୀ ଚାକିରି ଏବଂ ପୋଲିସ ଚାକିରିରେ ଛୁଟି ସହଜରେ ମିଳେନାହିଁ ବୋଲି ସମସ୍ତେ ଜାଣନ୍ତି । ଏହାରି ମଧ୍ୟରେ ଉତ୍ତରପ୍ରଦେଶର ବାଲିଆ ଜିଲ୍ଲାରେ ପୋଷ୍ଟିଂ ଜଣେ ପୋଲିସ କନଷ୍ଟେବଳଙ୍କ ଛୁଟି ଆବେଦନ ଏବେ ଭାଇରାଲ ହେବାରେ ଲାଗିଛି । ଏଥିରେ କନଷ୍ଟେବଳ ତାଙ୍କ ବରିଷ୍ଠ ଅଧିକାରୀଙ୍କୁ ଲେଖିଛନ୍ତି ଯେ, ‘ବାହାଘରର ସାତ ମାସ ବିତିଗଲାଣି, ଏପର୍ଯ୍ୟନ୍ତ କୌଣସି ‘ଖୁସିଖବର’ ମିଳିନାହିଁ । ଏଥିପାଇଁ ଦୟାକରି ୧୫ ଦିନର ଛୁଟି ଦିଅନ୍ତୁ ।’ ଏବେ ଏହି ଛୁଟି ଆବେଦନ ଫର୍ମ ସମଗ୍ର ଜିଲ୍ଲାର ଚର୍ଚ୍ଚାର ବିଷୟ ପାଲଟିଛି ।

ତେବେ ଜିଲ୍ଲାର ଡାଏଲ୍ ୧୧୨ ରେ ପୋଷ୍ଟ ହୋଇଥିବା ଗୋରଖପୁରର କନଷ୍ଟେବଳ ଏହି ଆବେଦନ ଦେଇଛନ୍ତି । ଏହି ଆବେଦନରେ ଯବାନ ତାଙ୍କ ଅଧିକାରୀଙ୍କୁ ଲେଖିଛନ୍ତି, ମହୋଦୟ, ଆବେଦନକାରୀଙ୍କ ବିବାହ ହେବାର ସାତ ମାସ ବିତିଗଲାଣି । ଏପର୍ଯ୍ୟନ୍ତ ‘ଗୁଡ଼୍ ନ୍ୟୁଜ୍’ ପାଇନାହିଁ । ମ୍ୟାଡାମ୍ (ପତ୍ନୀ) ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ଖାଉଛନ୍ତି ଓ ତାଙ୍କ ସହ ଏବେ ରହିବାକୁ ପଡିବ । ଆବେଦନକାରୀ ଘରେ ରହିବେ । ସେଥିପାଇଁ ସାରଙ୍କୁ ଅନୁରୋଧ କରାଯାଇଛି ଯେ ଯଦି ଆପଣ ଆବେଦନକାରୀଙ୍କୁ ୧୫ ଦିନ ଇଏଲ ( ଛୁଟି) ଦିଅନ୍ତୁ ତେବେ ଆପଣଙ୍କୁ ଅନେକ କୃପା ମିଳିବ ।’

ୟୁପି ପୋଲିସଙ୍କ ଏହି ଚିଠି ଭାଇରା ହେବା ପରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଗୋଟିଏ ପଟେ ପୋଲିସ ବିଭାଗର ଲୋକ ଏହି କନଷ୍ଟେବଳଙ୍କ ଚିଠିକୁ ନେଇ ହସୁଥିବା ବେଳେ ଛୁଟିର କାରଣକୁ ନେଇ ଖୁବ ବିଚାର ବିମର୍ଶ ଚାଲିଛି ।

ତେବେ ୨୪ ଘଣ୍ଟିଆ ଡ୍ୟୁଟି ଏବଂ କାମର ଚାପ ହେତୁ ପୋଲିସ୍ ପ୍ରାୟତଃ ନିଜ ସମ୍ପର୍କୀୟଙ୍କ ବିବାହ କିମ୍ବା କୌଣସି ସୁଖ ଏବଂ ଦୁଃଖରେ ଯୋଗଦେବାକୁ ଛୁଟି ମିଳିନଥାଏ । ଡ୍ୟୁଟିର ଜଟିଳତା ହେତୁ ମହିଳା ପୋଲିସ୍ ମଧ୍ୟ ଅନେକ ସମୟରେ ଅସୁବିଧାରେ ପଡ଼ନ୍ତି । ଏଭଳି ପରିସ୍ଥିତିରେ ଦୀର୍ଘ ଦିନ ଧରି ପୋଲିସ ବିଭାଗରେ ଛୁଟି ନ ଥିବାରୁ କିଛି ଲୋକ ଅସୁସ୍ଥ ହୋଇପଡିଥିବା ବେଳେ କିଛି ଲୋକ କାମ ଚାପରେ ଚାକିରି ଛାଡନ୍ତି ତ’ ଆଉ କିଛି ଆତ୍ମହତ୍ୟା କରିଥିବା ଘଟଣା ବି ସାମ୍ନାକୁ ଆସିଛି ।

Get real time updates directly on you device, subscribe now.