fbpx

ପୋଲିସ୍ ହେପାଜତରେ ଯୁବକଙ୍କ ମୃତ୍ୟୁ ଘଟଣା: ୪ ପୋଲିସଙ୍କୁ କାର୍ଯ୍ୟାନ୍ତର

Advertisement

ବରଗଡ଼(ଓଡ଼ିଶା ଭାସ୍କର): ପୋଲିସ୍ ହେପାଜତରେ ଯୁବକଙ୍କ ମୃତ୍ୟୁ ଘଟଣାରେ ୪ ଜଣ ପୋଲିସଙ୍କୁ କାର୍ଯ୍ୟାନ୍ତର କରାଯାଇଛି । ବରଗଡ଼ ଟାଉନ୍ ଥାନାର ୪ ଜଣ ପୋଲିସ୍ କର୍ମଚାରୀଙ୍କୁ କାର୍ଯ୍ୟାନ୍ତର । ଟାଉନ ଥାନାର ଜଣେ ସବଇନ୍ସପେକ୍ଟର ଓ ୨ ଜଣ ଏଏସଆଇଙ୍କୁ କାର୍ଯ୍ୟାନ୍ତର କରାଯାଇଛି । ଜଣେ ହୋମଗାର୍ଡଙ୍କୁ ମଧ୍ୟ କାର୍ଯ୍ୟାନ୍ତର କରାଯିବା ନେଇ ଏସପି ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଗତକାଲି ବରଗଡ଼ ପୋଲିସ୍ ହେପାଜତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଏହାପରେ ତାଙ୍କ ପରିବାର ଲୋକ ଏସପି ଅଫିସ୍ ଆଗରେ ଯୁବକଙ୍କ ଶବ ରଖି ରାସ୍ତାରୋକ କରିଥିଲେ । ଶବ କୁ ଧରି ଏସପି ଅଫିସ୍ ଆସୁଥିବା ବେଳେ ପୋଲିସ୍ ସହ ଉତ୍ତେଜିତ ଲୋକ ମାନେ ଧସ୍ତାଧସ୍ତି କରିଥିଲେ । ଫଳରେ ପୋଲିସ୍ ସେମାନଙ୍କ ଉପରେ ଲାଠି ଚାର୍ଜ କରିଥିଲେ । ଏକ ଗଣ୍ଡଗୋଳ ମାମଲାରେ ଯୁବକଙ୍କୁ ଉଠାଇ ନେଇଥିଲା ଟାଉନ୍ ଥାନା ପୋଲିସ୍ । ପରେ ଅସୁସ୍ଥ ଅବସ୍ଥାରେ ଯୁବକଙ୍କୁ ହସ୍ପିଟାଲକୁ ଅଣାଯାଇଥିଲା । ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଯୁବକଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ତେବେ ପୋଲିସ୍ ଯୁବକଙ୍କୁ ମାରି ଦେଇଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

 

Get real time updates directly on you device, subscribe now.