ରାଉରକେଲାରେ ୨ ଅଭିଯୁକ୍ତକୁ ପୋଲିସର ଏନ୍‌କାଉଣ୍ଟର, ଢାବା ମାଲିକଙ୍କୁ ଗୁଳି କରି ଫେରାର ପାଇଁ କରୁଥିଲେ ଚେଷ୍ଟା

ଢାବା ମାଲିକଙ୍କୁ ଗୁଳି କରି ଫେରାର ବେଳେ ପୋଲିସର ଏନ୍‌କାଉଣ୍ଟର ।

ଭୁବନେଶ୍ବର:  ପୁଣି ରାଉରକେଲାରେ ଫୁଟିଲା ଗୁଳି । ଢ଼ାବା ମାଲିକଙ୍କ ଉପରକୁ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ ।

ବିଶ୍ରା ଥାନା ଡୁଗ୍ରୁ ଥାନା ମାଲିକଙ୍କୁ ଗୁଳି କରି ଫେରାର ହୋଇଥିଲେ ଦୁର୍ବୃତ୍ତ । ଡକାୟତି କରିବାକୁ 5ରୁ 6ଜଣ ଆସି ଗୁଳିମାଡ଼ କରିଥିଲେ ।

ଢ଼ାବା ମାଲିକଙ୍କ ଗୋଡରେ ଗୁଳି ବାଜିଥିବା ବେଳେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଫେରାର ବେଳେ ପୋଲିସ ସହିତ ଦୁର୍ବୃତ୍ତମାନେ ମୁହାଁମୁହିଁ ହୋଇଥିଲେ ।

ବନ୍ଧୁକ ଏବଂ ଛୁରୀ ମୁନରେ ଡକାୟତି କରିବାକୁ ଆସିଥିବା ବେଳେ ସେମାନେ ପୋଲିସକୁ ଦେଖି ଗୁଳିମାଡ଼ କରିଥିଲେ । ଏହାର ପାଲଟା ଜବାବ ଦେଇଥିଲା ପୋଲିସ ।

ପ୍ରଥମେ ସେମାନେ ପୋଲିସ ଉପରକୁ ଗୁଳି ଚଳାଇଥିବା ବେଳେ ପାଲଟା ଜବାବରେ ପୋଲିସ ମଧ୍ୟ ଗୁଳିଚାଳନା କରିଥିଲା । ଫଳରେ 2 ଅଭିଯୁକ୍ତ ଆହତ ହୋଇଛନ୍ତି । ସେମାନଙ୍କୁ ପୋଲିସ ପ୍ରଥମେ ହସ୍ପିଟାଲରେ ଭର୍ତ୍ତି କରିବା ସହିତ ତଦନ୍ତ ଆରମ୍ଭ କରିଛି ।