fbpx

ନରକଙ୍କାଳ ମିଳିବା ଘଟଣା: ଯାଆଁଳା ଫାଣ୍ଡି ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର,୧୩ ।୩(ଓଡିଶା ଭାସ୍କର): ଯାଆଁଳା ଫାଣ୍ଡି ପରିସରରେ ଗାଡିରୁ ନରକଙ୍କାଳ ମିଳିବା ଘଟଣାରେ ଆସିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଏମ୍ସ ପକ୍ଷରୁ କଙ୍କାଳର ବ୍ୟବଚ୍ଛେଦ ରିପୋର୍ଟ ଆସିସାରିଛି । ବ୍ୟବଚ୍ଛେଦ ରିପୋର୍ଟରେ ସ୍ୱାଭାବିକ ମୃତ୍ୟୁ ନେଇ ସୂଚନା ମିଳିଛି । ମୃତକଙ୍କ ବୟସ ପାଖାପାଖି ୪୫ ବର୍ଷ ହେବ । ପରିଚୟ ପାଇବାକୁ ପୋଲିସ ଛାନଭିନ୍ ଜାରି ରଖିଛି । ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ଏହି ମାମଲାରେ ନିଲମ୍ବିତ ହୋଇଛନ୍ତି ଫାଣ୍ଡି ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ।

ତେବେ ଗଞ୍ଜାମ ପୋଲିସ ଦ୍ୱାରା ସିଜ୍ ହୋଇ ଯାଆଁଳା ଥାନା ପରିସରରେ ଗାଡି ଥିଲା । ଏକ ଗଞ୍ଜେଇ ମାମଲାରେ ୨୦୧୯ରେ ଗାଡି ସିଜ୍ ହୋଇଥିବା ସୂଚନା ମିଳିଛି । ଗତ ଫେବ୍ରୁଆରୀରେ ଗାଡି ନେବାବେଳେ ସେଥିରୁ ନରକଙ୍କାଳ ମିଳିଥିଲା । ସାଙ୍ଗେସାଙ୍ଗେ କଙ୍କାଳର ବ୍ୟବଚ୍ଛେଦ ପାଇଁ ପଠାଇଯାଇଥିଲା ଏମ୍ସ ।

Get real time updates directly on you device, subscribe now.