fbpx
BJD SKY
BJD SKY

ଦୁର୍ଘଟଣାକୁ ନେଇ ପୋଲିସ ଗ୍ରାମବାସୀ ମୁହାଁମୁହିଁ: ୭ ପୋଲିସ କର୍ମଚାରୀ, ୩ ଗ୍ରାମବାସୀ ଆହତ

BJD

ସୋର, ୧୨ା୨ (ଓଡିଶା ଭାସ୍କର): ଗ୍ରାମବାସୀଙ୍କ ପଥର ମାଡ଼ରେ ୭ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଅଙ୍ଗୁଳା ଛକରେ ଘଟିଥିବା ଏକ ଦୁର୍ଘଟଣାକୁ ନେଇ ଗ୍ରାମବାସୀ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ । ତେବେ ରାସ୍ତାରୋକ ଚାଲିଥିବା ସମୟରେ ଲୋକଙ୍କୁ ବୁଝାଇବାକୁ ଯାଇ ପୋଲିସ ସେମାନଙ୍କର ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ସୋରର ଅଙ୍ଗୁଳା ଛକରେ ଜଣେ ବ୍ୟବସାୟୀ ଦୁର୍ଘଟଣାରେ ଗୁରୁତର ହୋଇଥିଲେ । ବ୍ୟବସାୟୀଙ୍କୁ କ୍ଷତିପୂରଣ ଦାବିରେ ଲୋକେ ରାସ୍ତାରୋକ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାକୁ ଆପୋଷ ବୁଝାମଣା ଦ୍ୱାରା ସମାଧାନ କରିବାକୁ ଚାହିଁଥିଲେ ମଧ୍ୟ ବିଫଳ ହୋଇଥିଲା । ଲୋକମାନେ ପୋଲିସକୁ ଆକ୍ରମଣ କରିବାରୁ ପୋଲିସ ପାଲଟା ଲାଠିଚାର୍ଜ କରିଥିଲା । ତେବେ ଲାଠିଚାର୍ଜରେ ୩ ଗ୍ରାମବାସୀ ଆହତ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.