fbpx

ଚାଷୀଙ୍କୁ ମିଳିବ ତୃତୀୟ କିସ୍ତି କାଳିଆ ଟଙ୍କା, ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୨ା୨ (ଓଡିଶା ଭାସ୍କର): ଚାଷୀଙ୍କୁ ମିଳିବ ତୃତୀୟ କିସ୍ତି କାଳିଆ ଟଙ୍କା । ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର (ଡିବିଟି) ଜରିଆରେ କାଳିଆ ଟଙ୍କା ପ୍ରଦାନ କରାଯିବ । ୨୦୨୦-୨୧ ବର୍ଷ ପାଇଁ କାଳିଆ ସହାୟତା କ୍ଷୁଦ୍ରଚାଷୀ, ନାମମାତ୍ର ଚାଷୀ ଓ ଭୂମିହୀନ ଚାଷୀଙ୍କୁ ମିିଳବ । ଆଜି ଅପରାହ୍ଣ ୫ଟା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବେ ବୋଲି କୁହାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଚାଷୀଙ୍କ ଆକାଉଣ୍ଟକୁ ଆସନ୍ତା ମାର୍ଚ୍ଚ ମାସ ଠାରୁ ଟଙ୍କା ପଠାଯିବ । ୨୦୧୮ ମସିହା ଡିସେମ୍ବର ମାସରେ କାଳିଆ ଯୋଜନା ଆରମ୍ଭ ହୋଇଥିଲା । ପ୍ରଥମ କିସ୍ତିରେ ୫୧ ଲକ୍ଷରୁ ଅଧିକ ଚାଷୀଙ୍କୁ ୫ ହଜାର ଲେଖାଏଁ ଦିଆଯାଇଥିଲା । ଦ୍ୱିତୀୟ କିସ୍ତିରେ ୩୨ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୬ ଲକ୍ଷରୁ ଅଧିକ ଭୂମିହୀନ ଚାଷୀଙ୍କ ଆକାଉଣ୍ଟକୁ ୫ ହଜାର ଲେଖାଏଁ ପଠାଯାଇଥିଲା ।

Get real time updates directly on you device, subscribe now.