fbpx

ମାଓବାଦୀଙ୍କ ଦ୍ଵାରା ଅପହୃତ ପୋଲିସ SIଙ୍କୁ ହତ୍ୟା

ଛତିଶଗଡ, ୨୪। ୪ : ମାଓବାଦୀଙ୍କ ଦ୍ଵାରା ଅପହୃତ ପୋଲିସ SI ମୁରଲୀ ତାତିଙ୍କୁ ହତ୍ୟା କରାଯାଇଛି । SI ମୁରଲୀ ତାତିଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ଛତିଶଗଡ଼ ବିଜାପୁର କୁସୁମପାରା ନିକଟରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ଗତ ୨୧ ତାରିଖ ଅପରାହ୍ଣ ୪ଟା ବେଳେ ମୁରଲୀଙ୍କୁ ଅପହରଣ କରିଥିଲେ ମାଓବାଦୀ । ବିଜାପୁର ଜିଲ୍ଲା ପାଲନାର ଗାଁରୁ ପୋଲିସ ଏଏସଆଇ ମୁରଲୀ ତାତିଙ୍କୁ ମାଓବାଦୀ ଅପହରଣ କରିଥିଲେ ।

ତେବେ ପୋଲିସ ଏଏସଆଇ ମୁରଲୀ ତାତି ଜଗଦଲପୁରରେ କାର୍ଯ୍ୟ କରୁଥିଲେ । ଛୁଟିରେ ଘରକୁ ଯାଇଥିବା SI ମୁରଲୀ ଗାଁ ନିକଟରେ ଚାଲିଥିବା ମେଳା ଦେଖିବାକୁ ଯାଇଥିଲେ । କିନ୍ତୁ ବାଟରୁ ମାଓବାଦୀମାନେ ତାଙ୍କୁ ଅପହରଣ କରିନେଇଥିଲେ । ଏନେଇ ବିଜାପୁର ଏସପି କମୋଲୋଚନ କଶ୍ୟପ ସୂଚନା ଦେଇଥିଲେ । ଏହା ପୂର୍ବରୁ ବିଜାପୁରରେ କୋବ୍ରା ଯବାନ ରାକେଶ୍ୱର ସିଂ ମାନହାସଙ୍କୁ ଅପହରଣ କରି ନେଇଥିଲେ ମାଓବାଦୀ । କିନ୍ତୁ ପରେ ସେମାନେ ରାକେଶ୍ୱରଙ୍କୁ ଛାଡ଼ି ଦେଇଥିଲେ ।

Get real time updates directly on you device, subscribe now.