fbpx
BJD SKY
BJD SKY

ବିହାରରେ ରାଜନୈତିକ ହଲଚଲ୍ ଆରମ୍ଭ, ବିଜେପି ଛାଡ଼ି ପୁଣି ଲାଲୁଙ୍କ ଆଡ଼କୁ ଢଳିଲେଣି ନିତୀଶ!

BJD

ପାଟଣା: ବିହାରରେ ଆରମ୍ଭ ହୋଇଛି ରାଜନୈତିିକ ହଲଚଲ । ଜନତା ଦଳ ୟୁନାଇଟେଡ଼(ଜେଡିୟୁ) ବିଧାୟକଙ୍କୁ ଆଗାମୀ ୭୨ ଘଣ୍ଟା ପର୍ଯ୍ୟନ୍ତ ପାଟଣାରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିତୀଶ କୁମାର । ଜେଡିୟୁର ଏହି ନିର୍ଦ୍ଦେଶ ପରେ ବିହାରରେ ରାଜନୈତିିକ ହଲଚଲ ଆରମ୍ଭ ହୋଇଯାଇଛି । ତେଣୁକରି ବିହାର ରାଜନୀତିର ଆଗାମୀ ୭୨ ଘଣ୍ଟା ବେସ୍ ଗୁରୁତ୍ୱପୁର୍ଣ୍ଣ ବୋଲି କୁହାଯାଉଛି ।

ଅନ୍ୟପଟେ ଅତ୍ୟାବଶ୍ୟକ ଜିନିଷର ଦରଦାମ ବୃଦ୍ଧି ନେଇ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି କେନ୍ଦ୍ରର ବିଜେପି ଏବଂ ରାଜ୍ୟରେ ଏହାର ସହଯୋଗୀ ଜେଡିୟୁ ବିରୁଦ୍ଧରେ ପୋଷ୍ଟର ଯୁଦ୍ଧ ଜାରି ରଖିଛି ।

ସୂଚନା ଅନୁସାରେ ନିତୀଶ ଲଗାତାର ନିଜ ପାର୍ଟିର ନେତା ଏବଂ ବିଧାୟକମାନଙ୍କ ସହ ଆଲୋଚନା କରୁଛନ୍ତି । ନିତୀଶଙ୍କ ସକ୍ରିୟତା ଦେଖି ରାଜ୍ୟରେ ରାଜନୈତିକ ହଲଚଲ ଆରମ୍ଭ ହୋଇଯାଇଛି । ଏବେ ରାଜ୍ୟରେ ଏକ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି ଯେ, ନିତୀଶ ବିଜେପି ଛାଡ଼ି ପୁଣି ଥରେ ଆଇରଜେଡି ସହ ମିଶି ସରକାର ଗଠନ କରିବାକୁ ଚାହୁଛନ୍ତି । ତେବେ ଏହାର ଜବାବ ଆଗାମୀ ୭୨ ଘଣ୍ଟାରେ ମିଳିବ ।

ଗତ ମାସରେ ପ୍ରାୟ ତିନି ଥର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ପ୍ରତିପକ୍ଷ ନେତା ତେଜସ୍ୱୀ ଯାଦବଙ୍କ ସହ ଏକାଠି ନଜର ଆସିଛନ୍ତି । ଏହା ପୁର୍ବରୁ ନିତୀଷ ରାବିଡି ଦେବୀ ଏବଂ ତେଜସ୍ୱୀଙ୍କ ଇଫତାର୍ ପାର୍ଟିରେ ନିତୀଶ ସାମିଲ ହୋଇଥିଲେ ।

 

 

 

Get real time updates directly on you device, subscribe now.