fbpx
BSKY
BJD MC SKY
BJD YOUTH SKY

ପର୍ଣ୍ଣ ଦେଖିବାର ନିଶା! ପଡ଼ୋଶୀଙ୍କ ଫଟୋରେ କରୁଥିଲା ଏପରି କାମ, ମୋବାଇଲରୁ ମିଳିଲା ୪୦ ହଜାର ଭିଡ଼ିଓ

ପୁଣେ: ମହାରାଷ୍ଟ୍ର ପୁଣେରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ପୋଲିସ ଏପରି ଏକ ଯୁବକକୁ ଗିରଫ କରିଛି, ଯାହା ପାଖରେ ହଜାର ମାତ୍ରାରେ ପର୍ଣ୍ଣ ଭିଡ଼ିଓ ଓ ଫଟୋଗ୍ରାଫ ମିଳିଛି । ପୋଲିସର କହିବା ମୁତାବକ, ୨୪ ବର୍ଷୀୟ ଶୁଭମ ଅବଦେ ନିଜ ପଡ଼ୋଶୀ ମହିଳାଙ୍କ ଫଟୋ ସହିତ ଟାମ୍ପରିଂ କରି ଅଶ୍ଳୀଳ ଭିଡ଼ିଓ ତିଆରି କରିଛନ୍ତି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଲା କି, ଏହି ଯୁବକଜଣକ ଗତ ୬ ମାସରୁ ପର୍ଣ୍ଣ ଭିଡ଼ିଓ ତିଆରି କରୁଛି । ଶୁଭମ ମୋବାଇଲରୁ ପ୍ରାୟ ୫ ହଜାର ଫଟୋଗ୍ରାଫ ବି ମିଳିଛି ।

ପୋଲିସ ମୁତାବକ, ଶୁଭମ ଯେଉଁ ମହିଳାଙ୍କ ଫଟୋ ସହିତ ପର୍ଣ୍ଣ ଭିଡ଼ିଓ ତିଆରି କରୁଥିଲା, ସେମାନଙ୍କ ମଧ୍ୟରୁ ଅଧିକାଂଶ ସ୍ଥାନୀୟ ମହିଳା ଥିଲେ ବୋଲି ଜଣାପଡିଛି । ସେ ଏହି ଫଟୋଗୁଡ଼ିକୁ ସୋସିଆଲ ମିଡିଆରେ ସେୟାର କରିଛି କି ନାହିଁ, ସେନେଇ ପୋଲିସର ତଦନ୍ତ ଜାରି ରହିଛି । ଆଇଟି ଆକ୍ଟ ଅଧିନରେ ମାମଲା ରୁଜୁ କରାଯାଇଛି ।

ରିପୋର୍ଟ ଅନୁସାରେ, ଅଭିଯୁକ୍ତର ଜଣେ ପରିଚିତ ଅଭିଯୋଗ କରିଛନ୍ତି । ତାଙ୍କ କହିବା ମୁତାବକ, ‘ରାଜୀବ ଗାନ୍ଧୀ ନଗରରେ ରହୁଥିବା ଅବେଦ ଓ ମୁଁ ସବୁବେଳେ କଥା ହେଉଥିଲୁ । ଥରେ ସେ ନିଜ ଫୋନରେ କିଛି ଦେଖୁଥିବା ବେଳେ ଆମେ ତା ଫଟୋ ଗ୍ୟାଲେରୀ ଦେଖିଥିଲୁ ,ଯେଉଁଥିରେ ଅଶ୍ଲୀଳ ଫଟୋ ଓ କିଛି ଭିଡ଼ିଓ ଥିଲା । ସେଥିରେ କିଛି ସ୍ଥାନୀୟ ମହିଳାଙ୍କ ଫଟୋ ମଧ୍ୟ ଦେଖିବାକୁ ମିଳିଥିଲା । ଏହି ବିଷୟରେ ତାକୁ ପଚାରିବାରୁ ସେ ମିଛ କହିଥିଲା । ଅଶ୍ଲୀଳ ଫଟୋକୁ ନେଇ ମହିଳାମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ । ଏହାର ଖୁଲାସା ପରେ ଶୁଭମ ବିରୋଧରେ ଅଭିଯୋଗ କରିଥିଲୁ ।’

Get real time updates directly on you device, subscribe now.