fbpx
BJD SKY
BJD SKY

ଅଫିସରେ ସମସ୍ତଙ୍କୁ ଆକର୍ଷିତ କରିଥାଏ positive behaviour, ସହକର୍ମୀଙ୍କ ସହ ସୁସମ୍ପର୍କ ରଖିବା ପାଇଁ ଆପଣାନ୍ତୁ ଏହି ଟ୍ରିକ୍ସ

BJD

ଓଡ଼ିଶା ଭାସ୍କର: କର୍ମକ୍ଷେତ୍ରରେ ଆମେ ଅନେକ ଲୋକଙ୍କୁ ଭେଟିଥାଉ । ଅଫିସରେ କାମକୁ ଏନଜୟ କରିବା ଏବଂ ସହକର୍ମୀଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା ଜରୁରୀ ଅଟେ । ଫଳରେ ଅଫିସ ମାହୋଲ ସକାରାତ୍ମକ ହୋଇଥାଏ । ଏହା ସହ workaholic ଅନୁଭବ ହୋଇନଥାଏ । ସହକର୍ମୀଙ୍କ ସହ ଆମେ କିପରି ବ୍ୟବହାର କରିଥାଉ ଏହା ଆମ ବିଚାର ଏବଂ ସ୍ୱଭାବ ଉପରେ ନିର୍ଭର କରିଥାଏ । ସହକର୍ମୀଙ୍କ ପ୍ରତି ଖରାପ ଆଚରଣ ପ୍ରଦର୍ଶିତ କରିବା ଦ୍ୱାରା ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇଥାଏ । ସହ ଖରାପ ତେଣୁ କର୍ମକ୍ଷେତ୍ରର ମାହୋଲକୁ ହେଲ୍ଦୀ ରଖିବା ପାଇଁ ନିମ୍ନଲିଖିତ କିଛି ଟ୍ରିକ୍ସ ଆପଣାନ୍ତୁ ।

୧. ସ୍ମାଇଲ୍ କରନ୍ତୁ: ପଜିଟିଭ୍ ପର୍ସନାଲିଟି ପ୍ରତି ସମସ୍ତେ ଆକର୍ଷିତ ହୋଇଥାନ୍ତି । ଆପଣ ଅଧିକ କନଫିଡେଣ୍ଟ ଅନୁଭବ କରିଥାନ୍ତି । ତେଣୁ ସହକର୍ମୀଙ୍କ ସହ କଥାବାର୍ତ୍ତା ହେବା ସମୟରେ ସ୍ମାଇଲ୍ କରନ୍ତୁ । ଏହା ଦ୍ୱାରା ଆପଣଙ୍କ ସଂସ୍ପର୍ଶ ଆସୁଥିବା ବ୍ୟକ୍ତି ମଧ୍ୟ ସକାରାତ୍ମକ ଅନୁଭବ କରିଥାନ୍ତି । ସହକର୍ମୀ ଆପଣଙ୍କୁ ପସନ୍ଦ କରିଥାନ୍ତି ଏବଂ ଅଫିସ କାମ କରିବାରେ ମନ ଲାଗିଥାଏ ।

୨. ସହକର୍ମୀଙ୍କ କଥା ଶୁଣନ୍ତୁ: ଅଧିକାଂଶ ସମୟରେ ଆମେ ସହକର୍ମୀଙ୍କ କଥା ଶୁଣିବା ପରିବର୍ତ୍ତେ ନିଜ କଥା କହିଥାଉ । ସହକର୍ମୀଙ୍କ ସହ ସୁସମ୍ପର୍କ ରଖିବା ପାଇଁ ସେମାନଙ୍କ କଥାକୁ ମଧ୍ୟ ଗୁରୁତ୍ୱ ଦେବା ଉଚିତ । ସେମାନଙ୍କୁ ଇଗନୋର କରିବା ଆପଣଙ୍କୁ ଭାରି ପଡ଼ିପାରେ । ଆପଣ ସେମାନଙ୍କ କଥାକୁ ଧ୍ୟାନର ସହ ନ ଶୁଣିଲେ ସେମାନେ ବି ଆପଣଙ୍କୁ ଗୁରୁତ୍ୱ ଦେବେ ନାହିଁ ।

୩. ସହଯୋଗ କରନ୍ତୁ: ଅଫିସରେ ସହକର୍ମୀଙ୍କୁ ଅସୁବିଧା ସମୟରେ ସହଯୋଗ କରନ୍ତୁ । ଏହା ଦ୍ୱାରା ସେମାନଙ୍କ ମନରେ ଆପଣଙ୍କ ପ୍ରତି ସମ୍ମାନ ଓ ବିଶ୍ୱାସର ଭାବନା ଜାଗ୍ରତ ହୋଇଥାଏ । କାର୍ଯ୍ୟ କିମ୍ବା ଜୀବନରେ ନୂଆ ଚ୍ୟାଲେଞ୍ଜ/ ରିସ୍କ ଆପଣାଇବା ପାଇଁ ସେମାନଙ୍କୁ ପ୍ରୋତ୍ସାହିତ ମଧ୍ୟ କରିପାରିବେ । ସପୋର୍ଟିଭ ବ୍ୟବହାର ଏବଂ ପର୍ସନାଲିଟି ପାଇଁ ସହକର୍ମୀମାନେ ଆପଣଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି ।

୪. Fakeness ଠାରୁ ଦୂରେଇ ରୁହନ୍ତୁ: ସବୁବେଳେ ଅନ୍ୟମାନଙ୍କ ସାମ୍ନାରେ ରିଅଲ ରହିବା ପାଇଁ ଚେଷ୍ଟା କରନ୍ତୁ । ଅନ୍ୟକୁ ଖୁସି କରିବା ପାଇଁ Fake ବ୍ୟବହାର ପ୍ରଦର୍ଶିତ କରନ୍ତୁ ନାହିଁ । ଅନ୍ୟକୁ ଇମ୍ପ୍ରେସ୍ କରିବା ପାଇଁ ଶୋ- ଅଫ୍ କରିବା ଅଭ୍ୟାସ ଠାରୁ ଦୂରେଇ ରୁହନ୍ତୁ । ମନେ ରଖନ୍ତୁ ଆପଣ ଅଧିକ ସମୟ ପର୍ଯ୍ୟନ୍ତ କାହାକୁ Fake ବ୍ୟବହାର ମାଧ୍ୟମରେ ଇମ୍ପ୍ରେସ୍ କରିପାରିବେ ନାହିଁ ।

 

 

Get real time updates directly on you device, subscribe now.