fbpx

ଆଜି ଶୀତଳା ଅଷ୍ଟମୀରେ କରନ୍ତୁ ଏହି କାମ, ଦୂର ହୋଇଯିବ ରୋଗ ଏବଂ ଭୟ

ଓଡ଼ିଶା ଭାଷ୍କର: ୨ ଏପ୍ରିଲରେ ଶୀତଳା ଅଷ୍ଟମୀ ପାଳନା କରାଯିବ । ଶୀତଳା ଦେବୀଙ୍କ ପୂଜା ସୂର୍ଯ୍ୟଦୋୟ ପୂର୍ବରୁ କରିବା ଆବଶ୍ୟକ । କାରଣ ମାଆ ଶିତଳତାର ପ୍ରତୀକ ଅଟନ୍ତି । ଶୀତଳ ଅଷ୍ଟମୀର ପୂଜାରେ ଦେବୀଙ୍କୁ ଥଣ୍ଡା ଜାତୀୟ ଜିନିଷ ଭୋଗ ଲଗାଯାଏ । ଦେବୀ ଶୀତଳାଙ୍କ ଭୋଗ ବ୍ରତ ଗୋଟିଏ ଦିନ ପୂର୍ବରୁ ଅର୍ଥାତ ରାତିରେ ପ୍ରସ୍ତୁତ କରାଯାଏ । ଶାସ୍ତ୍ର ଅନୁ୍‌ାୟୀ, ଶୀତଳା ଅଷ୍ଟମୀ ସନ୍ତାନଙ୍କ ମଙ୍ଗଳ କାମନା ପାଇଁ କରାଯାଏ । ଜାଣନ୍ତୁ ଶୀତଳା ଅଷ୍ଟମୀର ଶୁଭ ମୂହୁର୍ତ୍ତ, ପୂଜା ବିଧି ଏବଂ ନିୟମ ବିଷୟରେ..

ଚୈତ୍ର କୃଷ୍ଣ ଅଷ୍ଟମୀ ତିଥି-୧ ଏପ୍ରିଲ ୨୦୨୪, ରାତି ୦୯.୦୯
ଚୈତ୍ର କୃଷ୍ଣ ଅଷ୍ଟମୀ ତିଥି ସମାପନ-୨ ଏପ୍ରିଲ ୨୦୨୪ ରାତି ୦୮.୦୮

ପୂଜା ସମୟ: ସକାଳ ୦୬.୧୦ ରୁ ସଂଧ୍ୟା ୦୬.୪୦ ।

-ଶୀତଳ ଅଷ୍ଟମୀ ଦିନ ସୂର୍ଯ୍ୟଦୟ ପୂର୍ବରୁ ଥଣ୍ଡା ପାଣିରେ ସ୍ନାନ କରନ୍ତୁ ଏବଂ ସ୍ୱଚ୍ଛ ବସ୍ତ୍ର ପରିଧାନ କରନ୍ତୁ ।
-ପୂଜା ଥାଳି ପସ୍ତୁତ କରନ୍ତୁ, ଥାଳିରେ ଦହି, ରୁଟି, ବାଜରା, କ୍ଷୀରି ରଖନ୍ତୁ । ସେହିଭଳି ଅନ୍ୟ ଥାଳିରେ ଦୀପ, ବସ୍ତ୍ର, ଅକ୍ଷତ, ଫୁଲମାଳ, ମେହେନ୍ଦୀ ସହ ଥଣ୍ଡା ପାଣିର ଲୋଟା ରଖନ୍ତୁ ।
-ଶୀତଳା ମାଆଙ୍କ ମୂର୍ତ୍ତିରେ ଜଳ ଅର୍ପଣ କରନ୍ତୁ । ଦେବୀଙ୍କୁ ଜଳ ଚଢା ଯାଇଥିବା ଜଳରୁ କିଛି ରଖି ପୂଜା ସମାପ୍ତ ପରେ ଏହାକୁ ଆଖିରେ ଲଗାନ୍ତୁ । ଏଥିରେ ଆରୋଗ୍ୟ ମିଳିଥାଏ ।
-ଏବେ ନୀମ ଗଛରେ ମଧ୍ୟ ଜଳ ଚଢାନ୍ତୁ, ଦେବୀଙ୍କୁ କୁମକୁମ, ହଳଦୀ, ମେହେନ୍ଦୀ, ଅକ୍ଷତ, କଳସ, ଅର୍ପଣ କରନ୍ତୁ । ଏଥିସହ ଭୋଗ ଲଗାନ୍ତୁ ।
-ଏହାପରେ ଦୀପ ଲଗାଇ ଶୀତଳା ଅଷ୍ଟମୀର ବ୍ରତ କଥା ବହି ପଢନ୍ତୁ ।
-ହଲଦୀକୁ ଓଦା କରି ହାତରେ ଲଗାଇ ଘରର ଦ୍ୱାର ଏବଂ ରୋଷେଇ ଘରର ଦ୍ୱାରରେ ଲଗାନ୍ତୁ ।
-ମାଆଙ୍କ ପାଖେ ଲାଗିଥିବା ଭୋଗକୁ ଘରର ସମସ୍ତେ ମିଳିମିଶି ସେବନ କରନ୍ତୁ ।

Get real time updates directly on you device, subscribe now.