ବିଲ, ବାଡିରେ ଭରିଛି ପାଣି, ଜାଲ ପକାଇ ମାଛ ଧରିବାରେ ବ୍ୟସ୍ତ ଦାନା ପ୍ରଭାବିତ

ଭୁବନେଶ୍ୱର: ବାତ୍ୟା ଦାନା ଧୀରେ ଧୀରେ ଦୁର୍ବଳ ହୋଇଛି । କିନ୍ତୁ କେନ୍ଦ୍ରାପଡା, ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେଉଁଝର ଆଦି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି କରି ଯାଇଛି । ଅନେକ ସ୍ଥାନରେ ଘର ଉପରେ ଗଛ ପଡିଛି ତ ପୁଣି କେଉଁଠି କାହା ଘରର ଆଜବେଷ୍ଟସ, ଚାଳ ଛପର ଉଡିଯାଇଛି । ଏହାକୁ ଆଖିରେ ରଖି ପ୍ରଶାସନ ଗଛ କାଟି ଘର, ରାସ୍ତା ଘାଟ ସଫାକରୁଛି । ବାତ୍ୟା ଜନିତ ପ୍ରବଳ ବର୍ଷା ପାଇଁ ବିଭିନ୍ନ ସ୍ଥାନରେ ରାସ୍ତାଘାଟ ଉପରେ ପାଣି ଲହଡି ମାରୁଛି । ବିଲବାଡି, ନଈ, ପୋଖରୀ ସବୁ ଦାନା ପ୍ରଭାବିତ ଅଞ୍ଚଳରେ ଏକାକାର ହୋଇଛି ।

ବାତ୍ୟା ଦୁର୍ବଳ ହେବା ପରେ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଥିବା ଲୋକେ ଘରମୁହାଁ ହୋଇଛନ୍ତି । ପଛରେ ଛାଡି ଆସିଥିବା ଘରର ଅବସ୍ଥା କଣ ଅଛି ତାକୁ ପରଖିବାକୁ ଜୀବନକୁ ପାଣି ଛଡେଇ ଧାଇଁଛନ୍ତି । ଘର ଭାଙ୍ଗିଯାଇଥିବା ଦେଖି କିଏ ବିକଳରେ କାନ୍ଦୁଛି ତ କିଏ ଘର ସଜାଡିବାରେ ଲାଗିଛି । ଝିପିଝିପି ବର୍ଷା ସାଙ୍ଗକୁ କାଲୁଆ ପବନରେ ଘରକୁ ବ୍ୟବହାର ଯୋଗ୍ୟ କରିବାରେ ପୁରୁଷ, ମହିଳା ସମସ୍ତେ ଲାଗିଛନ୍ତି । ଅଧିକାଂଶଙ୍କ ଚୁଲିରେ ପାଣି ।

ଏମିତି ସମୟରେ ବାତ୍ୟା ପ୍ରଭାବିତ ଅଞ୍ଚଳରେ କିଛି ଲୋକ ଏଥିରୁ ମଜା ଉଠାଉଛନ୍ତି । ରାସ୍ତା ଓ ବିଲରେ ଭରିଥିବା ପାଣିରୁ ମାଛ ଧରିବା ଚିତ୍ର ଦେଖିବାକୁ ମିଳୁଛି । ନଈ, ପୋଖରୀରୁ ଭାସି ଆସିଥିବା ମାଛଙ୍କୁ ବିଲ, ବାଡିରୁ ଧରୁଛନ୍ତି ଅନେକ ଲୋକ । ହାତରେ ଖଣ୍ଡେ ଖଣ୍ଡେ ଜାଲ ଧରି ପାଣି ଥିବା ସ୍ଥାନରୁ ମାଛ ଧରିବାରେ ମଜ୍ଜି ଯାଇଛନ୍ତି । ଏମାନଙ୍କ ମାଛ ଧରିବା ନିଶାରୁ ବାରିହୋଇ ଯାଉଛି କି, ଏମାନେ ଜଣେ ଜଣେ ପାଟି ସୁଆଦିଆ ମଣିଷ