fbpx

ଏହି ସ୍କିମରେ ନିବେଶ କଲେ ଏତିକି ମାସରେ ଡବଲ ହୋଇଯିବ ଆପଣ ଟଙ୍କା, ଜାଣନ୍ତୁ ଡିଟେଲ୍ସ

Advertisement

ନୂଆଦିଲ୍ଲୀ: ସରକାରଙ୍କ ଦ୍ୱାରା ଦେଶର ନାଗରିକଙ୍କ ପାଇଁ ଅନେକ ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି । ଭିନ୍ନ-ଭିନ୍ନ ପ୍ରକାର ଲୋକଙ୍କ ପାଇଁ ଅଲଗା-ଅଲଗା ସ୍କିମ ଆପ୍ଲାଏ ହେଉଛି । ଆଜିର ସମୟରେ ଲୋକଙ୍କ ନିବେଶ କରିବା ଆହୁରି ଆବଶ୍ୟକତା ହୋଇପଡିଛି । ଯେଉଁଥିରେ ଭଲ ଫାଇଦା ମିଳୁଛି ସେଥିରେ ଲୋକେ ନିବେଶ କରିବାକୁ ଚାହୁଁଛନ୍ତି । ଆଜିକାଲି ବହୁତ ଗୁଡିଏ ସ୍କିମ ରହିଛି ଯେଉଁଥିରେ ଆପଣ ଭଲ ରିଟର୍ଣ୍ଣ ପାଇପାରିବେ ।

ଆଜି ଆମେ ଆପଣଙ୍କୁ ଏଭଳି ସ୍କିମ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଆପଣଙ୍କୁ ଡବଲ ଫାଇଦା ମିଳିବ । ପୋଷ୍ଟ ଅଫିସ ନାଗରିକାଙ୍କ ପାଇଁ ଅନେକ ପ୍ରକାରର ସେଭିଙ୍ଗ ସ୍କିମ ଚାଲିଥାଏ । ସେଥିରୁ ଗୋଟିଏ ସ୍କିମ ହେଉଛି କିସାନ ବିକାଶ ପତ୍ର ଯୋଜନା । ଯେଉଁଥିରେ ଇନଭେଷ୍ଟମେଣ୍ଟ କରିବାପରେ ଆପଣଙ୍କୁ ଦ୍ୱିଗୁଣା ଟଙ୍କା ମିଳିବ । ଆସନ୍ତୁ ଜାଣିବା ଏହି ଯୋଜନା ବିଷୟରେ..

୧୯୮୮ ମସିହାରେ ଭାରତୀୟ ଡାକ ବିଭାଗ ଦ୍ୱାରା କିସାନ ବିକାଶ ପତ୍ର ଯୋଜନା ଆରମ୍ଭ ହୋଇଥିଲା । ଏହି ଯୋଜନାକୁ ପ୍ରଥମେ କୃଷକଙ୍କ ପାଇଁ ଆରମ୍ଭ କରାଯାଇଥିଲା । ଏଥିପାଇଁ ଏହାର ନାମ କିସାନ ବିକାଶ ପତ୍ର ଯୋଜନା ରଖାଯାଇଥିଲା । ହେଲେ ଏହି ଯୋଜନାରେ ଯେକୌଣସି ଭାରତୀୟ ନାଗରିକ ନିବେଶ କରିପାରିବେ । ଏହି ଯୋଜନାରେ ନିବେଶ କରିବା ପରେ ୯.୫ ବର୍ଷ ପରେ ଅର୍ଥାତ ୧୧୫ ମାସ ପରେ ନିବେଶର ଡବଲ ହୋଇ ମିଳିବ ।

ଯଦି ଆପଣ ଏହି ଯୋଜନାରେ ୫ ଲକ୍ଷ ଟଙ୍କା ଇନଭେଷ୍ଟ କରୁଛନ୍ତି ତେବେ ଆପଣଙ୍କୁ ୯.୫ ବର୍ଷ ପରେ ୧୦ ଲକ୍ଷ ଟଙ୍କା ମିଳିବ । ଏହି ଯୋଜନାରେ ବର୍ତ୍ତମାନ ସୁଧ ହାର ୭.୫ ପ୍ରତିଶତ ରହିଛି । ଯୋଜନାର ଲକ ଏହି ପିରିୟଡରେ ୨.୬ ବର୍ଷ ଅର୍ଥାତ ୩୦ ମାସ ଅଟେ । ହେଲେ ଏହାର ମାଚ୍ୟୁରିଟୀ ଡ୍ୟୁରେସନ ୧୧୫ ମାସ ଅଟେ ।

କିସାନ ବିକାଶ ପତ୍ର ଯୋଜନାରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ଯେକୌଣସି ଭାରତୀୟ ନାଗରିକ ଆବେଦନ କରିପାରିବେ । ଯଦି କୌଣସି ନାବାଳକ ନାମରେ ଯୋଜନା ନେଉଛନ୍ତି ତେବେ ତାଙ୍କ ଅଭିଭାବକଙ୍କୁ ସେମାନଙ୍କ ନାମରେ ଯୋଜନା ପତ୍ର ନେବାକୁ ପଡିବ । ଯୋଜନାରେ ସିଙ୍ଗଲ ହୋଲ୍ଡର ସାର୍ଟିଫିକେଟ ଯାହା ଜଣେ ବ୍ୟକ୍ତିଙ୍କ ପାଇଁ ହୋଇଥାଏ । ଜଏଣ୍ଟ ଏ ଏବଂ ଜଏଣ୍ଟ ବି ଯେଉଁଥିରେ ଦୁଇଜଣ ଆପ୍ଲାଏ କରିପାରିବେ ।

କିସାନ ବିକାଶ ପତ୍ର ଯୋଜନା ପାଇଁ ଆପଣ ପୋଷ୍ଟ ଅଫିସରୁ ଫର୍ମ ନେଇପାରିବେ । ଏହାପରେ ଆପଣଙ୍କୁ ଫର୍ମ ଭରି ଏବଂ ସମ୍ବନ୍ଧୀୟ ଡକ୍ୟୁମେଣ୍ଟ ସହ ଜମା କରିବାକୁ ପଡିବ । ଯଦି କୌଣସି ଏଜେଣ୍ଟଙ୍କ ଜରିଆରେ ଭରୁଛନ୍ତି ତେବେ ଫର୍ମ-ଏ୧ ଜମା କରିବାକୁ ପଡିବ । ଡକ୍ୟୁମେଣ୍ଟ ଯାଞ୍ଚ ଏବଂ ରାଶି ଜମା କରିବା ପରେ ଆପଣଙ୍କୁ କିସାନ ବିକାଶ ପତ୍ର ସାର୍ଟିଫିକେଟ ଜାରି କରାଯିବ । ଅଧିକ ସୂଚନା ରେଜିଷ୍ଟର ଇମେଲ ଆଇଡିରେ ପଠାଯିବ ।

Get real time updates directly on you device, subscribe now.