fbpx

ପୋଷ୍ଟ ଅଫିସ୍ ଲଞ୍ଚ କଲା ଶାନଦାର ସ୍କିମ୍: ମାସକୁ ୫ ହଜାର ଟଙ୍କା ନିବେଶ କଲେ ମିଳିବ ୮ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ଅଧିକ ରିଟର୍ଣ୍ଣ ମିଳୁଥିବା ନିବେଶ ସନ୍ଧାନରେ ରହିଥାନ୍ତି । ତେବେ କିଛି ଲୋକ ନିବେଶ ସମ୍ବନ୍ଧରେ ସଠିକ୍ ତଥ୍ୟ ନ ପାଇବା କାରଣରୁ ଭୁଲ ସ୍ଥାନରେ ନିବେଶ କରି ହଇରାଣ ହୋଇଥାନ୍ତି । ତେବେ ଏହା ମଧ୍ୟରେ ପୋଷ୍ଟ ଅଫିସ ତରଫରୁ ଏକ ବଢ଼ିଆ ନିବେଶ ସ୍କିମ୍ ଲଞ୍ଚ କରାଯାଇଛି । ଏହି ସ୍କିମରେ ଆପଣମାନେ ଲକ୍ଷପତି ହେବାର ସୁଯୋଗ ରହିଛି । ଗ୍ରାହକମାନେ ମାସକୁ ମାତ୍ର ୫ ହଜାର ଟଙ୍କା ନିବେଶ କରି ୮ ଲକ୍ଷ ଟଙ୍କାର ରିଟର୍ଣ୍ଣ ପାଇ ପାରିବେ ।

ପୋଷ୍ଟ ଅଫିସର କ୍ଷୁଦ୍ର ସଞ୍ଚୟ ଯୋଜନାକୁ ସୁରକ୍ଷିତ ନିବେଶ ଭାବେ ଗ୍ରହଣ କରାଯିବା ସହିତ ଏଥିରେ ଶାନଦାର ରିଟର୍ଣ୍ଣ ମଧ୍ୟ ମିଳୁଛି । ପୋଷ୍ଟର ଅଫିସର ଏହି ରିକରିଂ ଡିପୋଜିଟ ସ୍କିମରେ ଜଣେ ଗ୍ରାହକ ଅଳ୍ପ ଅର୍ଥ ନିବେଶ କରି କିଛି ବର୍ଷ ମଧ୍ୟରେ ଲକ୍ଷପତି ହେବାର ସୁଯୋଗ ରହିଛି । ଯଦି ଜଣେ ଗ୍ରାହକ ମାସକୁ ୫ ହଜାର ଲେଖାଏଁ ନିବେଶ କରୁଛନ୍ତି ତେବେ ସେ ୧୦ ବର୍ଷରେ ୮ ଲକ୍ଷରୁ ଅଧିକ ଫଣ୍ଡ ଜମା କରିପାରିବେ ।

ଗତବର୍ଷ ଏହି ସ୍କିମରେ ମିଳୁଥିବା ସୁଧ ହାରକୁ ୬.୫ରୁ ୬.୭ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା । ମାତ୍ର ୧୦୦ ଟଙ୍କାରେ ଆପଣମାନେ ଏଥିରେ ନିବେଶ ଆରମ୍ଭ କରିପାରିବେ । ପୋଷ୍ଟ ଅଫିସ ଆରଡିରେ ନାବାଳକ, ନାବାଳିକାଙ୍କ ନାମରେ ମଧ୍ୟ ଆକାଉଣ୍ଟ ଖୋଲି ହେବ । ତେବେ ଏଥିପାଇଁ ପିତାମାତାଙ୍କର ଡକ୍ୟୁମେଣ୍ଟର ଆବଶ୍ୟକତା ପଡ଼ିବ । ମାସକୁ ୫ ହଜାର ନିବେଶ କଲେ ୧୦ ବର୍ଷରେ ମୋଟ ୬ ଲକ୍ଷ ଜମା ହେବ । ୬.୭ ପ୍ରତିଶତ ସୁଧ ହିସାବରେ ଆପଣଙ୍କୁ ୨ ଲକ୍ଷ ୫୪ ହଜାର ୨୭୨ ଟଙ୍କା ମିଳିବ ଏପରି ଭାବେ ଆପଣଙ୍କର ମୋଟ ଫଣ୍ଡ ୮ ଲକ୍ଷ ୫୪ ହଜାର ୨୭୨ ଟଙ୍କା ହୋଇଯିବ ।

Get real time updates directly on you device, subscribe now.