fbpx

ଲଭ୍ ମ୍ୟାରେଜ୍ କରିବାକୁ ଚାହୁଁଛନ୍ତି କିନ୍ତୁ ରାଜି ହେଉନାହାନ୍ତି ପିତାମାତା, ଫଲୋ କରନ୍ତୁ ଏହି ଟିପ୍ସ

ଓଡ଼ିଶା ଭାସ୍କର: ଭାରତରେ ଲଭ୍ ମ୍ୟାରେଜ୍ ଆଜି ଏକ ବଡ ପ୍ରସଙ୍ଗ ପାଲଟି ଯାଇଛି । ପ୍ରାୟ ସମୟରେ ବିବାହିତ ଲୋକମାନଙ୍କୁ ଏହି ପ୍ରଶ୍ନ କରାଯାଇଥାଏ କି ଆପଣଙ୍କର ଲଭ୍ ମ୍ୟାରେଜ୍ ହୋଇଛି କି ଆରେଞ୍ଜ ମ୍ୟାରେଜ୍ । ଆମ ଦେଶରେ ବିବାହ କେବଳ ଦୁଇଜଣଙ୍କ ମଧ୍ୟରେ ନୁହେଁ ବରଂ ଦୁଇ ପରିବାର ମଧ୍ୟରେ ସଂପର୍କ ଗଢିଥାଏ । ତେବେ ଲଭ୍ ମ୍ୟାରେଜ୍ କରିବାକୁ ଚାହୁଥିବା ପ୍ରେମୀ ଯୁଗଳଙ୍କୁ ନିଜ ଘରଲୋକଙ୍‌କୁ ଏଥିପାଇଁ ମନାଇବା ସବୁଠାରୁ ବଡ କାମ ହୋଇଥାଏ । ଏହି ସମୟରେ ପ୍ରେମୀଙ୍କ ମନରେ ଭୟ ରହିଥାଏ କି ସେମାନଙ୍କ ପିତାମାତା ବିବାହ ଲାଗି ରାଜି ହେବେ କି ନାହିଁ । ଯଦି ଆପଣ ବି ଲଭ୍ ମ୍ୟାରେଜ୍ କରିବାକୁ ଚାହୁଁଛନ୍ତି ଓ ଏଥିପାଇଁ ନିଜ ପିତାମାତାଙ୍କ ସମ୍ମତି ଚାହୁଁଛନ୍ତି ତେବେ ନିମ୍ନୋକ୍ତ ଟିପ୍ସ ଫଲୋ କରନ୍ତୁ ।
କମ୍ୟୁନିକେସନ ବାଉଣ୍ଡାରୀ ଭାଙ୍ଗନ୍ତୁ: ବହୁ ପରିବାରରେ ପିତାମାତା ଓ ପିଲାଙ୍କ ମଧ୍ୟରେ ବଡ ଧରଣର କମ୍ୟୁନିକେସନ ଗ୍ୟାପ ରହିଥାଏ । ଯଦି ଆପଣ ଲଭ୍ ମ୍ୟାରେଜ୍ ଲାଗି ନିଜ ପିତାମାତାଙ୍କୁ ରାଜି କରାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ କମ୍ୟୁନିକେସନ ବାଉଣ୍ଡାରୀକୁ ଭାଙ୍ଗି ସେମାନଙ୍କ ବନ୍ଧୁ ହେବାକୁ ପଡିବ । ପିତାମାତାଙ୍କ ସହ ଅଧିକରୁ ଅଧିକ ସମୟ ବିତାଇବାକୁ ଚେଷ୍ଟା କରନ୍ତୁ ଓ ତାଙ୍କୁ ଏପରି ଅନୁଭବ ଦିଅନ୍ତୁ କି ତୁମ ଜୀବନରେ ପାର୍ଟନର ଆସିବା ପରେ ବି ସେମାନଙ୍କ ସହ ସଂପର୍କ ସେହିପରି ଅକ୍ଷୁର୍ଣ୍ଣ ରହିବ ।
ବିବାହ କଥା ପକାନ୍ତୁ: କମ୍ୟୁନିକେସନ ବାଉଣ୍ଡାରୀ ଭାଙ୍ଗିବା ପରେ ସେମାନଙ୍କ ସହ ନିଜ ବିବାହ ବିଷୟରେ କଥା ହୁଅନ୍ତୁ । ଏହା ଜାଣିବାକୁ ଚେଷ୍ଟା କରନ୍ତୁ କି ସେମାନେ କେଉଁ ପ୍ରକାରର ବୋହୁ ବା ଜ୍ୱାଇଁ ଚାହୁଁଛନ୍ତି । ଏହି ସମୟରେ ଆପଣ ମଧ୍ୟ ନିଜ ପସନ୍ଦ ନାପସନ୍ଦ ବିଷୟରେ କୁହନ୍ତୁ । କିନ୍ତୁ ପିତାମାତାଙ୍କ ସହ ଆଲୋଚନା ସମୟରେ ଧୀରସ୍ଥିର ଓ ବୁଝିସୁଝି ଆଲୋଚନା କରିବା ଉଚିତ ।
ପିତାମାତାଙ୍କ ମଧ୍ୟରୁ କୌଣସି ଜଣଙ୍କର ବିଶ୍ୱାସ ଜିତନ୍ତୁ: ଏବେ ଆପଣ ଲକ୍ଷ୍ୟ କରନ୍ତୁ ପିତାମାତାଙ୍କ ମଧ୍ୟରୁ କିଏ ଆପଣଙ୍କ କଥା ପ୍ରତି ଢଳୁଛି । ଯଦି ଦୁଇ ଜଣ ଢଳିଲେ ତ ଭଲ ଅନ୍ୟଥା ଜଣଙ୍କ ବିଶ୍ୱାସ ଜିତିବାକୁ ଚେଷ୍ଟା କରନ୍ତୁ ଓ ପରେ ତାଙ୍କ ସହ ନିଜ ପାର୍ଟନରଙ୍କୁ ମିଳାନ୍ତୁ ।
ସଂପର୍କୀୟଙ୍କ ସାହାଯ୍ୟ ନିଅନ୍ତୁ: ସମସ୍ତ ସଂପର୍କୀୟ ଲଭ୍ ମ୍ୟାରେଜକୁ ବିରୋଧ କରି ନ ଥାନ୍ତି । ତେଣୁ ସେହିମାନଙ୍କ ସହାୟତା ନିଅନ୍ତୁ ଯେଉଁମାନେ ଆପଣଙ୍କ ପିତାମାତାଙ୍କ ଠାରୁ ବଡ ଓ ପିତାମାତା ସେମାନଙ୍କୁ ସମ୍ମାନ କରିଥାନ୍ତି । ଏମାନେ ଆପଣଙ୍କ ପିତାମାତାଙ୍କୁ ମନାଇବାରେ ସଫଳ ହେବେ ।
ପାର୍ଟନର ସହ ମିଶାନ୍ତୁ:
ଏବେ ଆପଣ ନିଜ ପାର୍ଟନରଙ୍କୁ ପରିବାର ସହ ମିଳାନ୍ତୁ । ଏହା ପୂର୍ବରୁ ପାର୍ଟନରଙ୍କୁ ପରିବାରର ସବୁ ସଦସ୍ୟଙ୍କ ବିଷୟରେ ସୂଚନା ଦିଅନ୍ତୁ ।

Get real time updates directly on you device, subscribe now.