୨ ଲକ୍ଷରୁ ଅଧିକ କଣ୍ଟେଣ୍ଟ କ୍ରିଏଟର୍ସଙ୍କ ଉପରେ ବିପଦ ଘଣ୍ଟି: ପ୍ଲଗଇନରେ ରହିଛି ବିପଜ୍ଜନକ ବଗ୍, ରିପୋର୍ଟ ବଢ଼ାଇଲା ଟେନସନ୍
ନୂଆଦିଲ୍ଲୀ: ହ୍ୟାକିଂ ସମ୍ବନ୍ଧରେ ପ୍ରତିଦିନ କିଛଇ ନା କିଛି ନୂଆ ରିପୋର୍ଟ ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ୱାର୍ଡପ୍ରେସ୍ ସମ୍ବନ୍ଧରେ କିଛି ଏପରି ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ୨ ଲକ୍ଷରୁ ଅଧିକ ୱାର୍ଡପ୍ରେସ୍ ୱେବସାଇଟ୍ ପ୍ୟାଚ୍ ହୋଇନଥିବା ସୁରକ୍ଷା ଅଭାବରୁ ହ୍ୟାକ୍ ହେବାର ଆଶଙ୍କା ରହିଛି ।
ୱାର୍ଡପ୍ରେସ୍ ସିକ୍ୟୁରିଟି ଫର୍ମ ଡବ୍ଲୁପିସ୍କାନ୍ ଅନୁଯାୟୀ, ଅଲ୍ଟିମେଟ୍ ମେମ୍ବର ପ୍ଲଗନରେ ବଗ୍ ରହିଛି, ଯାହା ଏକ ମାଗଣା ୟୁଜର୍ ପ୍ରୋଫାଇଲ୍ ୱାର୍ଡପ୍ରେସ୍ ପ୍ଲଗଇନ୍ । ଏହା ସାହାଯ୍ୟରେ ୱାର୍ଡପ୍ରେସ୍ ସହିତ ଶକ୍ତିଶାଳୀ ଅନଲାଇନ୍ କମ୍ୟୁନିଟୀ ଏବଂ ମେମ୍ବରସିପ୍ ସାଇଟ୍ ଗଠନ କରିବା ସହଜ ହୋଇଥାଏ ।
ସିକ୍ୟୁରିଟି ଫାର୍ମ ଚେତାବନୀ ଦେଇଛି, ‘ଏହା ଏକ ଗମ୍ଭୀର ବିଷୟ, କାରଣ ଅଜ୍ଞାତ ଆକ୍ରମଣକାରୀମାନେ ପ୍ରଶାସନିକ ଅଧିକାର ସହିତ ନୂଆ ୟୁଜର୍ସ ଆକାଉଣ୍ଟ ସୃଷ୍ଟି କରି ଏହି ହ୍ୟାକିଂର ଲାଭ ଉଠାଇପାରିବେ । ଏହା ସେମାନଙ୍କୁ ପ୍ରଭାବିତ ସାଇଟ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବାର ଶକ୍ତି ମିଳିଥାଏ ।
WordPress କ’ଣ?
WordPress ହେଉଛି ଏକ କଣ୍ଟେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ୍ (CMS) ସଫ୍ଟୱେର, ଯାହା PHP ଏବଂ MYSQL କମ୍ପ୍ୟୁଟର ଭାଷା ସହିତ କୋଡିଂ ଦ୍ୱାରା ସୃଷ୍ଟି ହୋଇଥାଏ । ଏହାର ସାହାଯ୍ୟରେ ଆମେ ଯେକୌଣସି ପ୍ରକାରର ୱେବସାଇଟ୍ ସୃଷ୍ଟି କରିପାରିବା ।