‘ତାଙ୍କ ପାଇଁ ଆମେ ନିର୍ବାଚନ ଫଳ ଭୋଗିଲୁ’, ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ପ୍ରଭାତ ତ୍ରିପାଠୀ

ସସ୍ମିତଙ୍କର ଏକା କହିବାର ଔକାତ୍ ନାହିଁ: ପ୍ରଭାତ

ଭୁବନେଶ୍ୱର: ୱକଫ ବିଲ୍‌ରେ ବିଜେଡି ଭୋଟିଂ ଓ ସସ୍ମିତ ପାତ୍ରଙ୍କ ଟ୍ୱିଟକୁ ନେଇ ଝଡ଼ ଥମିବାର ନାମ ନେଉନି। ରାଜନୈତିକ ମହଲରେ ବିଚାର ବିମର୍ଶ ଲାଗିରହିଛି। ଅସନ୍ତୋଷର ତାଲିକା ଲମ୍ବିବା ମଧ୍ୟରେ ବରିଷ୍ଠ ନେତା ପ୍ରଭାତ ତ୍ରୀପାଠୀଙ୍କର ବୟାନ ବର୍ତ୍ତମାନ ସାମ୍ନାକୁ ଆସିଛି। ସେ ସସ୍ମିତ ପାତ୍ରଙ୍କ ସହ ଭିକେ ପାଣ୍ଡିଆନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି ଯେ, ସସ୍ମିତ ପାତ୍ର କାହାର ଅନୁମତି ବିନା ଏପରି କହିପାରିବେନି। ସସ୍ମିତଙ୍କର କଣ ଔକାତ ଅଛି ଏପରି କହିବା ପାଇଁ। ତେଣୁ ଏପରି ବୟାନକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ: ଭିକେ ପାଣ୍ଡିଆନଙ୍କୁ ମଧ୍ୟ ଟାର୍ଗେଟ କରି ମନ୍ତବ୍ୟ ରଖିଛନ୍ତି ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ। ସେ କହିଛନ୍ତି ଯେ, ସନ୍ନ୍ୟାସ କଥା କହୁଥିଲେ, ଏବେ ବି ନବୀନ ନିବାସରେ ନିଷ୍ପତ୍ତି ନେଉଛନ୍ତି। ଯେଉଁ ପୂର୍ବତନ ବ୍ୟକ୍ତିଗତ ସଚିବ କହୁଛନ୍ତି ଦଳ ପାଇଁ କରିଛନ୍ତି। ମୁଁ କହୁଛି ଦଳ ବୁଡ଼ିବାରେ ସେ ହେଉଛନ୍ତି ପ୍ରମୁଖ କାରଣ। ତାଙ୍କର କାର୍ଯ୍ୟକଳାପ ପାଇଁ ନିର୍ବାଚନ ଫଳ ଭୋଗିଲୁ।

ସେ ଆହୁରି କହିଛନ୍ତି ଯେ, କିଛି ତୋଷାମଦକାରୀ ତାଙ୍କୁ ଶ୍ରେୟ ଦେଇ ନବୀନଙ୍କୁ କମ୍ କରୁଛନ୍ତି। ସୁଜାତା କାର୍ତ୍ତିକେୟନଙ୍କ ଇସ୍ତଫା ଓ ପରବର୍ତ୍ତୀ ଚର୍ଚ୍ଚା ଉପରେ ରଖିଲେ ମତ। ୨ ଜଣ ପୂର୍ବତନ ମନ୍ତ୍ରୀ ତାଙ୍କୁ ନେଇ ବିଳି ବିଳଉଛନ୍ତି। ବର୍ତ୍ତମାନ ଘଟଣା ପରେ ତାଙ୍କ ଆସିବା ବାଟ ବନ୍ଦ ହୋଇଗଲା। ନବୀନ ଏବେ ପାଣ୍ଡିଆନଙ୍କ କଥାରେ ଯାଉଥିବା ଧାରଣା ହେଉଛି। ଯଦି ନବୀନ ଆଗକୁ ଆସି ସମସ୍ତଙ୍କୁ ହ୍ୟାଣ୍ଡେଲ କରନ୍ତି ଠିକ୍ ଚାଲିବ।