fbpx

ରୋଜଗାର ପାଇଁ ଭଲ ସୁଯୋଗ : ମେଡିକାଲ ଖୋଲିବାର ଖର୍ଚ୍ଚ ଉଠାଇବେ କେନ୍ଦ୍ର ସରକାର, ପ୍ରତି ମାସରେ ମୋଟା ଇନକମ୍, ଜାଣନ୍ତୁ କିପରି କରିବେ ଆବେଦନ

Advertisement

ନୂଆଦିଲ୍ଲୀ: ଯଦି ଆପଣ କୌଣସି ବ୍ୟବସାୟ କରିବାକୁ ଯୋଜନା କରୁଛନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏକ ଉତ୍ତମ ବିଜନେସ୍ ଆଇଡିଆ ବିଷୟରେ କହିବୁ । ଯେଉଁଥିରେ କେନ୍ଦ୍ର ସରକାର ଆପଣଙ୍କୁ ମୋଟା ଅଙ୍କର ଟଙ୍କା ରୋଜଗାର କରିବାର ସୁଯୋଗ ଦେଉଛନ୍ତି । ଆପଣ ନିଜ ଭବିଷ୍ୟତକୁ ମେଡିକାଲ କ୍ଷେତ୍ରରେ କରିପାରିବେ ।

ତେବେ କରୋନା କାଳରେ ଡାକ୍ତରୀ କ୍ଷେତ୍ରର ଚାହିଦା ବୃଦ୍ଧି ପାଇଛି । ଜେନେରିକ ମେଡିସିନ୍ ଯୋଗାଇବା ପାଇଁ କେନ୍ଦ୍ର ସରକାର ‘ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧୀ କେନ୍ଦ୍ର’ ଖୋଲିବାକୁ ସୁଯୋଗ ଦେଉଛନ୍ତି । ଏଥିପାଇଁ ସରକାର ମଧ୍ୟ ସାହାଯ୍ୟ କରୁଛନ୍ତି ।

ଜନ ଔଷଧୀ କେନ୍ଦ୍ରର ସଂଖ୍ୟା ବୃଦ୍ଧି ଉପରେ ସରକାର ଗୁରୁତ୍ୱାରୋପ କରୁଛନ୍ତି । ମାର୍ଚ୍ଚ ୨୦୨୪ ସୁଦ୍ଧା ସାରା ଦେଶରେ ପ୍ରଧାନମନ୍ତ୍ରୀ ଭାରତ ଜନ ଔଷଧୀ କେନ୍ଦ୍ରର ସଂଖ୍ୟାକୁ ୧୦,୦୦୦ କୁ ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ସାଧାରଣ ଲୋକଙ୍କ ପାଇଁ ମେଡିସିନର ମୂଲ୍ୟ ହ୍ରାସ କରିବାକୁ ଜନ ଔଷଧୀ କେନ୍ଦ୍ର ଖୋଲାଯାଉଛି ।

ଜନ ଔଷଧୀ କେନ୍ଦ୍ର କିଏ ଖୋଲିପାରିବେ :-

ଜନ ଔଷଧୀ କେନ୍ଦ୍ର ଖୋଲିବା ପାଇଁ ସରକାର ତିନୋଟି ବର୍ଗ ସୃଷ୍ଟି କରିଛନ୍ତି । ପ୍ରଥମ ବର୍ଗରେ ଯେକୌଣସି ବ୍ୟକ୍ତି, ବେକାର ଫାର୍ମାସିଷ୍ଟ, ଡାକ୍ତର କିମ୍ବା ପଞ୍ଜୀକୃତ ଡାକ୍ତରୀ ଚିକିତ୍ସକ ଜନ ଔଷଧୀ କେନ୍ଦ୍ର ଖୋଲିପାରିବେ । ଏହା ସହ ଦ୍ୱିତୀୟ ବର୍ଗରେ ଟ୍ରଷ୍ଟ, ଏନଜିଓ, ବେସରକାରୀ ଡାକ୍ତରଖାନା ଇତ୍ୟାଦି ରହିଛି । ତୃତୀୟ ବର୍ଗରେ ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ଏଜେନ୍ସିଗୁଡିକ ସୁଯୋଗ ପାଇବେ । ଯଦି ଆପଣ ଜନ ଔଷଧୀ କେନ୍ଦ୍ର ଖୋଲିବାକୁ ଚାହାଁନ୍ତି, ତେବେ ଆପଣଙ୍କ ପାଖରେ ଡି ଫାର୍ମା କିମ୍ବା ବି ଫାର୍ମା ଡିଗ୍ରୀ ଥିବା ଆବଶ୍ୟକ । ଆବେଦନ କରିବା ସମୟରେ ପ୍ରମାଣ ଭାବରେ ଡିଗ୍ରୀ ଦାଖଲ କରିବା ଆବଶ୍ୟକ । ପିଏମଜେଏୟାଇ ଅଧୀନରେ ଏସସି, ଏସଟି ଏବଂ ଦିବ୍ୟାଙ୍ଗ ଆବେଦନକାରୀଙ୍କୁ ଏକ ମେଡିସିନ୍ କେନ୍ଦ୍ର ଖୋଲିବା ପାଇଁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ମେଡିସିନ୍ ଆଡଭାନ୍ସ ଟଙ୍କା ପ୍ରଦାନ କରାଯାଉଛି । ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧୀ କେନ୍ଦ୍ର ନାମରେ ମେଡିସିନ୍ ଦୋକାନ ଖୋଲାଯାଉଛି ।

ଜନ ଔଷଧୀ ପାଇଁ କିପରି ଆବେଦନ କରିବେ :-

– ଜନ ଔଷଧୀ କେନ୍ଦ୍ର ଖୋଲିବା ପାଇଁ ସର୍ବପ୍ରଥମେ ‘ରିଟେଲ ଡ୍ରଗ ସେଲ୍ସ’ର ଲାଇସେନ୍ସ ଜନ ଔଷଧୀ କେନ୍ଦ୍ର ନାମରେ ନେବାକୁ ପଡିବ । ଏଥିପାଇଁ ଆପଣ ଅଫିସିଆଲ୍ ୱେବସାଇଟ୍ https://janaushadhi.gov.in/ରୁ ଫର୍ମ ଡାଉନଲୋଡ୍ କରିପାରିବେ ।

– ଫର୍ମ ଡାଉନଲୋଡ୍ କରିବା ପରେ ଆପଣଙ୍କୁ ଆପ୍ଲିକେସନକୁ ବ୍ୟୁରୋ ଅଫ୍ ଫାର୍ମା ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଂ ଅଫ୍ ଇଣ୍ଡିଆର ଜେନେରାଲ୍ ମ୍ୟାନେଜର (ଏ ଆଣ୍ଡ୍ ଏଫ୍) କୁ ପଠାଇବାକୁ ପଡିବ ।

ଜନ ଔଷଧୀରୁ କେତେ ରୋଜଗାର ହେବ ?
ଜନ ଔଷଧୀ କେନ୍ଦ୍ରରେ ମେଡିସିନ୍ ବିକ୍ରି ଉପରେ ୨୦ ପ୍ରତିଶତ ପର୍ଯ୍ୟନ୍ତ କମିଶନ ମିଳିବ । ଏହି କମିଶନ ବ୍ୟତୀତ ପ୍ରତି ମାସରେ ଘଟୁଥିବା ବିକ୍ରୟ ଉପରେ ୧୫ ପ୍ରତିଶତ ପର୍ଯ୍ୟନ୍ତ ପୃଥକ ପ୍ରୋତ୍ସାହନ ଦିଆଯାଏ । ଯାହା ଆପଣଙ୍କର ରୋଜଗାର ହେବ । ଏହି ଯୋଜନା ଅନୁଯାୟୀ, ଦୋକାନ ଖୋଲିବା ପାଇଁ ଆସବାବପତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀ ପାଇଁ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାର ଯୋଗାଇ ଦେବେ । ବିଲିଂ ପାଇଁ କମ୍ପ୍ୟୁଟର ଏବଂ ପ୍ରିଣ୍ଟର୍ କିଣିବା ପାଇଁ ସରକାର ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ସାହାଯ୍ୟ କରୁଛନ୍ତି ।

Get real time updates directly on you device, subscribe now.