fbpx
BJD SKY
BJD SKY

ବାବୁସାନ-ତୃପ୍ତି-ପ୍ରକୃତି ଷ୍ଟାରକଳି ଘଟଣା: ୫ କୋଟିର ମାନହାନୀ ମାମଲା ରୁଜୁ କଲେ ପ୍ରକୃତି

BJD

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଗତ କିଛି ଦିନ ତଳେ ଭୁବନେଶ୍ୱରର ସତ୍ୟନଗରସ୍ଥିତ ରାଜରାସ୍ତାରେ ଘଟିଥିବା ଷ୍ଟାରକଳି ଘଟଣାରେ ଅଭିନେତ୍ରୀ ପ୍ରକୃତି ମିଶ୍ର ମଙ୍ଗଳବାର ନ୍ୟାୟ ଦାବି କରି ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ବୁଧବାର ଅଭିନେତା ବାବୁସାନ ମହାନ୍ତିଙ୍କ ପତ୍ନୀ ତୃପ୍ତି ଶତପଥୀ ଓ ତାଙ୍କ ଶ୍ୱଶୁର ଲଳିତ ଶତପଥୀଙ୍କ ନାମରେ ଭୁବନେଶ୍ୱରର ଏକ କୋର୍ଟରେ ୫ କୋଟି ୧୦ ଲକ୍ଷ ଟଙ୍କାର ମାନହାନୀ ମାମଲା ରୁଜୁ କରିଛନ୍ତି । ଏନେଇ ପ୍ରକୃତିଙ୍କ ଓକିଲ ସୂଚନା ଦେଇଛନ୍ତି । ଏଥିରେ ସୋସିଆଲ ମିଡିଆର ୟୁଟ୍ୟୁବ୍‌କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି । ଏହି ୟୁଟ୍ୟୁବ୍‌ରେ ପ୍ରକୃତିଙ୍କୁ ତୃପ୍ତି ରାସ୍ତାରେ ଚୂଟି ଘୋଷାଡ଼ି ମାଡ଼ ମାରିବାର ଭିଡିଓ ସହ ଅନେକ ଅପମାନଜନକ ଭିଡିଓ ରହିଛି । ଏହିସବୁକୁ ଡିଲିଟ୍‌ କରିବା ପାଇଁ ଆବେଦନରେ ଦର୍ଶାଯାଇଛି । ଅନ୍ୟପକ୍ଷରେ ପ୍ରକୃତିଙ୍କ ଓକିଲ କହିଛନ୍ତି ଯେ, ଏହା ହେଉଛି ଏକ ଘରୋଇ ମାମଲା । କୋର୍ଟକଚେରୀରେ ଏହାର ସମାଧାନ ହୋଇପାରିବ ନାହିଁ ବୋଲି ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର କହିଥିଲେ । ହେଲେ ମାସେ ପରେ ବି କୌଣସି ସମାଧାନର ରାସ୍ତା ଫିଟିଲା ନାହିଁ ।

ଏନେଇ ଜୁଲାଇ ୧୬ ତାରିଖରେ ଖାରବେଳନଗର ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିଲା ବୋଲି ପ୍ରକୃତିଙ୍କ ଓକିଲ କହିଥିଲେ । ତେବେ ଓକିଲବାବୁ କହିଛନ୍ତି ଯେ, ଏବେ ବି ସମାଧାନର ରାସ୍ତା ଖୋଲା ଅଛି । ଯଦି ଦୁଇ ପକ୍ଷ ଆପୋଷ ଆଲୋଚନା କରିବେ ତେବେ ସମାଧାନର ରାସ୍ତା ଖୋଲିବ । ଅଭିଯୁକ୍ତମାନେ ଯଦି ଭୁଲ୍‌ ସ୍ୱୀକାର କରନ୍ତି ସମାଧାନ ହୋଇଯିବ ବୋଲି ସେ କହିଥିଲେ । ସୂଚନାଯୋଗ୍ୟ ଯେ, ଜୁଲାଇ ୧୬ରେ ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ବାବୁସାନ ଗୋଟିଏ କାର୍‌ରେ ଯାଉଥିବାବେଳେ ବାଟରେ ବାବୁସାନଙ୍କ ପତ୍ନୀ ତୃପ୍ତି ଗାଡ଼ି ଅଟକାଇ ପ୍ରକୃତିଙ୍କୁ ମାଡ଼ ମାରୁଥିବାର ଭିଡିଓ ଭାଇରାଲ ହୋଇଥିଲା । ଏନେଇ ପ୍ରକୃତିଙ୍କ ବାପମା’ ତୃପ୍ତି ଏବଂ ତୃପ୍ତିଙ୍କ ବାପାଙ୍କ ନାମରେ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ ।

Get real time updates directly on you device, subscribe now.